ସମ୍ଭାବ୍ୟ ବାତ୍ୟା ଲାଗି ଏନଡ଼ିଆରଏଫର କାର୍ଯ୍ୟକ୍ରମ ଆରମ୍ଭ

STATE

ଦ୍ରୁତ ଗତିରେ ଓଡିଶା ଆଡକୁ ମାଡିଆସୁଛି ସାମୁଦ୍ରିକ ବାତ୍ୟା ‘ଫନି’ । ଏହାର ମୁକାବିଲା ନିମନ୍ତେ ବର୍ତ୍ତମାନ ଏନଡ଼ିଆରଏଫ ତାହାର କାର୍ଯ୍ୟକ୍ରମ ଆରମ୍ଭ କରିଦେଇଛି । ଆଶଙ୍କା କରାଯାଉଛି ଯେ ରାଜ୍ୟର ୯ଟି ଉପକୂଳବର୍ତ୍ତୀ ଜିଲ୍ଲାରେ ବାତ୍ୟା ‘ଫନି’ ତାଣ୍ଡବ ଲୀଳା ରଚିପାରେ । ସେହି ଜିଲ୍ଲାଗୁଡିକ ମଧ୍ୟରେ ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରପଡା, ଭଦ୍ରକ, ଯାଜପୁର ଓ ବାଲେଶ୍ଵର ଅନ୍ତର୍ଭୁକ୍ତ । ଏହି ସବୁ ଜିଲ୍ଲାରେ ଫନି ବ୍ୟାପକ କ୍ଷତି ଘଟାଇବାର ସମ୍ଭାବନା ରହିଛି ।

ଫନିର ପ୍ରଭାବରେ ସମୁଦ୍ରରେ ଦେଢ ମିଟର ଉଚ୍ଚର ଜୁଆର ଆସିପାରେ । ଉଦ୍ଧାର ଓ ରିଲିଫ କାର୍ଯ୍ୟ ଲାଗି ୨ଟି ହେଲିକପ୍ଟର ମଗାଯାଇଛି । ଅତିରିକ୍ତ ଏନଡ଼ିଆରଏଫ ଟିମ ପଠାଇବାକୁ କେନ୍ଦ୍ର ନିକଟରେ ଓଡିଶା ଦାବି କରିଛି । ରାଜ୍ୟରେ ବାତ୍ୟା ମୁକାବିଲା ପାଇଁ ୨୮ଟି ଏନଡ଼ିଆରଏଫ ଟିମ ମୁତୟନ ରହିବେ ।

Please follow and like us: