କିଏ ସେ ହେବେ କଂଗ୍ରେସର ନୂଆ ସଭାପତି, ରହିଛି ଅନେକ ଚ୍ୟାଲେଞ୍ଜ

NATIONAL

କେନ୍ଦ୍ର ସ୍ତରରେ ଘୋର ଚିନ୍ତାରେ ପଡିଛି କଂଗ୍ରେସ । ସାଧାରଣ ନିର୍ବାଚନରେ ଦଳର ଶୋଚନୀୟ ପରାଜୟ ପରେ ନିଜକୁ ଦାୟୀ କରି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଇସ୍ତଫା ପ୍ରଦାନ କରିଦେଲେ । ଯିଏ ଯେତେ  ମନାଇଲେ ବି ସେ ଆଉ ନିଷ୍ପତ୍ତିର ପୁନର୍ବିଚାର କଲେ ନାହିଁ କି ଇସ୍ତଫା ପତ୍ର ଫେରାଇ ନେଲେ ନାହିଁ । ତେଣୁ କଂଗ୍ରେସର ଅବସ୍ଥା ମୁଣ୍ଡ ବିହୀନ ଦଳ ହୋଇଯାଇଛି ।

ଏହି ସଙ୍କଟକୁ ଏଡାଇବାକୁ ଆଜି ବସୁଛି କଂଗ୍ରେସର କାର୍ଯ୍ୟକାରୀ କମିଟି ବୈଠକ । ଏହି ବୈଠକରେ ନୂଆ ସଭାପତି ଚୟନ କରାଯିବାର ସମ୍ଭାବନା ରହିଛି ଗତକାଲି ଏନେଇ ସୋନିଆ ଗାନ୍ଧୀଙ୍କ ବାସଭବନରେ କଂଗ୍ରେସର ବୈଠକ ବସିଥିଲା । ତେବେ ବରିଷ୍ଠ ନେତା ମୁକୁଲ ୱାସନିକ ସଭାପତି ଦୌଡରେ ସବୁଠୁ ଆଗରେ ରହିଥିବା ସୂଚନା ମିଳିଛି । ସିଡବ୍ଲୁସି ବୈଠକରେ ତାଙ୍କ ନାଁ ଉପରେ ମୋହର ବାଜିପାରେ ବୋଲି ଚର୍ଚ୍ଚା ଚାଲିଛି ।

Please follow and like us:
error