ଚଳିତ ବିଶ୍ଵକପରେ ନୂଆ ଦଳ ଏଥର ହେବ ବିଶ୍ଵକପ ଚାମ୍ପିୟାନ

SPORTS

ଆଜି ଅଛି ଆୟୋଜକ ଇଂଲଣ୍ଡ ଓ ଗତଥରର ରନର୍ସଅପ ନ୍ୟୁଜିଲାଣ୍ଡ ମଧ୍ୟରେ ବିଶ୍ଵକପ ଟାଇଟଲ ହାସଲ ଲାଗି ଜୋରଦାର ଲଢେଇ । ଆଇସିସି ବିଶ୍ଵକପର ଦ୍ଵାଦଶ ସଂସ୍କରଣର ଆଜି ଶେଷ ପର୍ଯ୍ୟାୟ । ତେଣୁ ଆଜି ବିଶ୍ଵକପ ବିଜେତା କିଏ ହେବ ତାହା ନିର୍ଦ୍ଧାରିତ ହୋଇଯିବ । ଉଲ୍ଲେଖଯୋଗ୍ୟ ଯେ ଦୁଇ ଦଳ ମଧ୍ୟରୁ ଆଜି ପର୍ଯ୍ୟନ୍ତ କେହି ଏହି ଗୌରବ ହାସଲ କରିନାହାନ୍ତି । ତେଣୁ ଆଜି ଯିଏ ଜିତିବ, ସେହି ଦଳ ବିଶ୍ଵକପ ଇତିହାସରେ ପ୍ରଥମ ଥର ଟାଇଟଲ ହାସଲ କରିବ। କ୍ରୀଡାପ୍ରେମୀ ଆଜି ଚଳିତ ବିଶ୍ଵକପରେ ଏକ ନୂଆ ଚାମ୍ପିୟାନ ଦଳ ଦେଖିବାର ଅପେକ୍ଷାରେ ଅଛନ୍ତି ।

ଆଜି ଐତିହାସିକ ଲର୍ଡ୍ସ ଗ୍ରାଉଣ୍ଡରେ ଅପରାହ୍ନ ୩ତ ସମୟରେ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ । ୧୯୭୫, ୧୯୮୭ ଓ ୧୯୯୨ରେ ଚାମ୍ପିୟାନ ହେବାର ସୁଯୋଗ ପୂର୍ବରୁ ଇଂଲଣ୍ଡ ହାତଛଡା କରିଥିବାବେଳେ ଦୀର୍ଘ ୨୭ ବର୍ଷ ପରେ ପୁଣି ଏକ ସୁଯୋଗ ଆଜି ପାଇଛି । ଉଭୟ ବୋଲିଂ ଓ ବ୍ୟାଟିଂ ଦୁର୍ଷ୍ଟିକୋଣରୁ ଇଂଲଣ୍ଡ ବେଶ ଦୃଢ ରହିଛି । ସେହିପରି ୨୦୧୫ ପରେ ନ୍ୟୁଜିଲାଣ୍ଡ ପୁଣି ଏକ ଫାଇନାଲ ଖେଳିବାକୁ ଯାଉଛି । ଗତଥର ଅଷ୍ଟ୍ରେଲିଆ ବିପକ୍ଷରେ ସେ ଫାଇନାଲରେ ପରାସ୍ତ ହୋଇଥିଲା । ତେବେ ଦଳର ବ୍ୟାଟିଂ ଉପରେ ଆଜିର ଖେଳ ନିର୍ଭର କରୁଛି ।

Please follow and like us:
error