ମୋଦୀ ସରକାର ଉପରକୁ ତୀର ଛାଡିଲେ ନୀତିଶ କୁମାର

NATIONAL

ଗତ ଗୁରୁବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦ୍ଵିତୀୟ ବାର ପ୍ରଧାନମନ୍ତ୍ରୀ ରୂପେ ଶପଥ ଗ୍ରହଣ
କରିବା ସହିତ ୫୭ ଜଣଙ୍କୁ ନିଜ ମନ୍ତ୍ରୀ ମଣ୍ଡଳରେ ସାମିଲ କରିଛନ୍ତି । ଏଥିରେ ଏନଡ଼ିଏର
ସହଯୋଗୀ ପ୍ରତ୍ୟେକ ଦଳରୁ ଜଣଙ୍କୁ ଲେଖାଏଁ ମନ୍ତ୍ରୀପଦ ଦେବାକୁ ନିଷ୍ପତ୍ତି ନେଇଥିଲେ । ହେଲେ
ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଜେଡ଼ିୟୁ ଏହାକୁ ଗ୍ରହଣ ନ କରି ମନ୍ତ୍ରୀମଣ୍ଡଳରେ ସାମିଲ
ହୋଇନଥିଲା । ଅନ୍ୟୂନ ୨ଟି ମନ୍ତ୍ରୀପଦ ପାଇଁ ଅଡି ବସିଥିଲେ ନୀତିଶ କୁମାର ।

ତେବେ ମୋଦୀଙ୍କ ଏତାଦୃଶ କାର୍ଯ୍ୟକଳାପରେ ଅତ୍ୟନ୍ତ କ୍ଷୁବ୍ଧ ହୋଇପଡିଥିଲେ ନୀତିଶ କୁମାର ।
ଯଦିଓ ସେ ଗଣମାଧ୍ୟମକୁ ନିଜ ପ୍ରତିକ୍ରିୟାରେ କହିଥିଲେ କି ଆମେ ଏନଡ଼ିଏ ମେଣ୍ଟରେ ରହିଛୁ ଓ
ମୋଦୀ ସରକାରଙ୍କୁ ସମର୍ଥନ ଜାରି ରଖିଛୁ, ହେଲେ ଅନ୍ୟୂନ ୨ଟି ମନ୍ତ୍ରୀପଦ ମୋଦୀ ସରକାରରେ ନ
ମିଳିବାକୁ ସେ ସହଜରେ ହଜମ କରିପାରିନାହାନ୍ତି । ତେଣୁ ଆଜି ସେ ନିଜ ମନ୍ତ୍ରୀମଣ୍ଡଳର
ସଂପ୍ରସାରଣ କରି ସକାଳ ସାଢେ ୧୦ଟାରେ ରାଜଭବନରେ ୮ ଜଣ ଜେଡ଼ିୟୁ ବିଧାୟକଙ୍କୁ ମନ୍ତ୍ରୀ
ଭାବେ ଶପଥ ଦିଆଛନ୍ତି । ହେଲେ ଏଥିରେ ସେ ଜଣେ ବି ବିଜେପି ବିଧାୟକଙ୍କୁ ମନ୍ତ୍ରୀମଣ୍ଡଳ
ସମ୍ପ୍ରସାରଣରେ ସାମିଲ କରିନାହାନ୍ତି । ଉଲ୍ଲେଖଯୋଗ୍ୟ ଯେ ବିହାରରେ ଜେଡ଼ିୟୁ-ବିଜେପି ମେଣ୍ଟ
ସରକାର ଚାଲିଛି ।

Please follow and like us:
error