Odisha Infocus

ପଶାପାଲି ଗୋଟି ଚାଳନା କଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର

NATIONAL

ଏନଡ଼ିଏ ମେଣ୍ଟର ସହଯୋଗୀ ଦଳ ଜେଡ଼ିୟୁ କେନ୍ଦ୍ର ମନ୍ତ୍ରୀ ମଣ୍ଡଳରେ ସାମିଲ ହୋଇନାହିଁ । ଏହାର ମୁଖ୍ୟ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର କେନ୍ଦ୍ର ସରକାରରେ ସାମିଲ ହେବା ନେଇ ଗୋଟି ଚାଳନା କରିଛନ୍ତି । ମୋଦୀ ମେଣ୍ଟର ପ୍ରତ୍ୟେକ ଦଳରୁ ଜଣେ ଲେଖାଏଁଙ୍କୁ ମନ୍ତ୍ରୀପଦ ଦେବା ପାଇଁ ନିଷ୍ପତ୍ତି ନେଇଥିବା ବେଳେ ଏହାର ବିରୋଧ କରି ମନ୍ତ୍ରୀ ମଣ୍ଡଳରେ ସାମିଲ ହେବାବକୁ ନାହିଁ କରିଦେଇଛନ୍ତି ନୀତିଶ କୁମାର । ସେ ମତ ଦେଇଛନ୍ତି ଯେ ସାଙ୍କେତିକ ନୁହେଁ, ବରଂ ସମାନୁପାତିକ ପ୍ରତିନିଧିତ୍ଵକୁ ମୋଦୀ ସରକାର ଗୁରୁତ୍ଵ ଦେବା ଉଚିତ ।

ଏହି ପରିପ୍ରେକ୍ଷୀରେ ସେ ମୋଦୀଙ୍କ ନାମ ନେନେଇ ପ୍ରକାଶ କରିଛନ୍ତି ଯେ କୌଣସି ବ୍ୟକ୍ତିଙ୍କ ନାମରେ ବିହାରରେ ଏନଡ଼ିଏକୁ ଭୋଟ ମିଳିନାହିଁ । ବିହାରରେ ଏନଡ଼ିଏର ବିଜୟ ଅର୍ଥ ବିହାରବାସୀଙ୍କ ବିଜୟ । ତେବେ ସେ ସ୍ପଷ୍ଟ କରିଛନ୍ତି ଯେ ତାଙ୍କ ଦଳ ଏନଡ଼ିଏର ସହଯୋଗୀ ଦଳ ହୋଇ ରହିଛି ।

Please follow and like us:
error