ଆମ୍ବୁଲନ୍ସ ମିଳିଲାନି, ପୁଣି ଭାର କରି କାନ୍ଧରେ ବୁହାହେଲା ଶବ

STATE

ଆମ୍ବୁଲନ୍ସ କାହାପାଇଁ, ସେ ନେଇ ଏବେ ଉଠିଛି ପ୍ରଶ୍ନ । ଆମ୍ବୁଲନ୍ସ ଥାଇ ମଧ୍ୟ କାମରେ ଆସୁନି । ଗରିବ ଲୋକ ଆମ୍ବୁଲନ୍ସର ସହାୟତା ପାଇ ନପାରି ହନ୍ତସନ୍ତ ହେଉଛନ୍ତି । ଆମ୍ବୁଲନ୍ସ ଯେ କେବଳ ବଡବଡିଆଙ୍କ ପାଇଁ, ତାହା ସ୍ପଷ୍ଟ ହୋଇଯାଇଛି ଗରିବ ତଥା ଅସହାୟଙ୍କ ମନରେ । ତାର ସଦ୍ୟ ଉଦାହରଣ ଦେଖିବାକୁ ମିଳିଛି କଳାହାଣ୍ଡି ଅଞ୍ଚଳରେ । ଆମ୍ବୁଲନ୍ସ ନପାଇ କନ୍ଧରେ ଶବ ବୁହାହେବାର ଦୃଶ୍ୟ ଭିଡ଼ିଓ ରେକର୍ଡିଙ୍ଗ ହୋଇ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ଖବରରୁ ଜଣାପଡିଛି ଯେ କଳାହାଣ୍ଡିର କାଣିଗୁମ୍ମା ହସ୍ପିଟାଲରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଥିଲା । ହେଲେ ଗାଁକୁ ଶବ ନେବାକୁ ଶବବହକ ଗାଡି ମିଳିଲାନି । ଅପେକ୍ଷା କରି କରି ଶେଷକୁ ସମ୍ପର୍କୀୟମାନେ କାଣିଗୁମ୍ମାରୁ ବାଲିସରା ପର୍ଯ୍ୟନ୍ତ ୫ କିମି ରାସ୍ତା ଭାର କରି କାନ୍ଧରେ ବୋହି ବୋହି ନେଇକୁ ବାଧ୍ୟ ହୋଇଛନ୍ତି ।

Please follow and like us:
error