ନିର୍ବାଚନ ପ୍ରଚାରରେ ଯବାନଙ୍କ ଫଟୋ ବ୍ୟବହାର କରାଯିବ ନାହିଁ : ନିର୍ବାଚନ କମିଶନ

NATIONAL

ନୂଆଦିଲ୍ଲୀ : ନିର୍ବାଚନ ପ୍ରଚାର ଅଭିଯାନ ବା ସେ ସଙ୍କ୍ରାନ୍ତ ବିଜ୍ଞାପନ ଆଦିରେ ସେନା କର୍ମଚାରୀମାନଙ୍କର ଫଟୋ ପ୍ରଦର୍ଶନରୁ ବିରତ ରହିବାକୁ ଶନିବାର ଦିନ ନିର୍ବାଚନ କମିସନ୍ ରାଜନୈତିକ ଦଳଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି ।
ପ୍ରତିରକ୍ଷା ମନ୍ତ୍ରାଳୟ ତରଫରୁ ଅଭିଯୋଗ କରାଯିବାରୁ ଏଭଳି ନିର୍ଦ୍ଦେଶ ଦିଆଯାଇଛି। ପ୍ରେସ୍ ବିବୃତିରେ ନିର୍ବାଚନ କମିସନ୍ କହିଛି ଯେ ରାଜନୈତିକ ଦଳ, ସେମାନଙ୍କ ନେତା ଓ ପ୍ରାର୍ଥୀମାନେ ନିର୍ବାଚନ ପ୍ରଚାରରେ ପ୍ରତିରକ୍ଷା କର୍ମଚାରୀମାନଙ୍କର ଫଟୋ ବ୍ୟବହାର କରୁଥିବା କଥା ପ୍ରତିରକ୍ଷା ମନ୍ତ୍ରାଳୟ କମିସନଙ୍କ ଦୃଷ୍ଟିକୁ ଆଣି ଏ ସଂକ୍ରାନ୍ତରେ ଉପଯୁକ୍ତ ନିର୍ଦ୍ଦେଶାବଳୀ ଜାରି କରିବାକୁ ଅନୁରୋଧ କରିଛି।

ଭାରତର ପୂର୍ବତନ ନୌସେନା ଆଡ୍ମିରାଲ୍ ଏଲ୍. ରାମଦାସ ମଧ୍ୟ ନିର୍ବାଚନ କମିସନଙ୍କୁ ଲେଖିଛନ୍ତି। ଭୋଟର୍ମାନଙ୍କୁ ପ୍ରଭାବିତ କରିବାକୁ ପାକିସ୍ତାନ ଉପରେ ହୋଇଥିବା ବିମାନ ଆକ୍ରମଣ ଘଟନାର ଅପବ୍ୟବହାର ଘଟଣାରେ ସେ ଚିନ୍ତା ଓ ଉଦ୍ବେଗ ପ୍ରକାଶ କରିଛନ୍ତି। ବିଶେଷକରି ଶତ୍ରୁ ଦ୍ୱାରା ବନ୍ଦୀ ହେବା ପରେ ବିପଦକୁ ସାମ୍ନା କରି ଭାରତୀୟ ବାୟୁସେନାର ଓ୍ଵିଙ୍ଗ୍ କମାଣ୍ଡର୍ ଅଭିନନ୍ଦନ ବର୍ଥମାନଙ୍କ ଶୌର୍ଯ୍ୟ ଓ ସାହସ ଦେଶବ୍ୟାପୀ ପ୍ରଚାର ହେବା ପରେ ଏ ଭଳି ଆଶଙ୍କା ଦେଖା ଦେଇଛି।

Please follow and like us: