odisha infocus

ଯୁଆଡେ ଚାହିଁଲେ ସେଆଡେ ଅନ୍ଧାର ଦେଖୁଛି ପାକିସ୍ତାନ, ବେଜିଂ ମଧ୍ୟ ଦୁଃଖ ବୁଝିଲାନି

INTERNATIONAL

ସମ୍ପୂର୍ଣ ହତାଶ ହୋଇପଡିଛି ପାକିସ୍ତାନ । କହିବାକୁ ଗଲେ କୂଟନୀତି କ୍ଷେତ୍ରରେ ସମ୍ପୂର୍ଣ ଫେଲ ମରୀଚି । ଯାହାକୁ ସେ ଭାରତର ୩୭୦ ଧାରା ଉଚ୍ଛେଦ ଓ ଜମ୍ମୁ-କାଶ୍ମୀର ବିଭାଜନ କଥା କହିଲା, ସମସ୍ତେ ଏଡାଇ ଗଲେ । ଜାତିସଂଘରେ କଥା ପକାଇଲା ହେଲେ ଜାତିସଂଘ ମୁଣ୍ଡ ଖେଳାଇବ ନାହିଁ ବୋଲି ସ୍ପଷ୍ଟ କରିଦେଇ ଓଲଟି କୌଣସି ଉତ୍ତେଜନା ସୃଷ୍ଟିକାରୀ ପଦକ୍ଷେପ ନନେଇ ସର୍ବାଧିକ ସଂଯମ ଅବଲମ୍ବନ କରିବାକୁ କହିଲା । ଆମେରିକା ମଧ୍ୟ କାଶ୍ମୀର ସମସ୍ୟାରେ ତାର ପୂର୍ବନୀତି ଅପରିବର୍ତ୍ତିତ ରହିଛି ବୋଲି କହିଲା । ଶେଷକୁ ନିଜର ବନ୍ଧୁ ରାଷ୍ଟ୍ର ବୋଲି ଚାଇନା ଆଗରେ ଗୁହାରି କଲା । କିନ୍ତୁ ଦୁର୍ଭାଗ୍ୟ ଚାଇନା ବି ମୁହଁ ମୋଡିଦେଲା । ଓଲଟି କହିଲା, ତୁମ କଥା ତୁମେ ବୁଝ । ଆପୋଷ ଆଲୋଚନା ମାଧ୍ୟମରେ ଦୁଇ ଦେଶ ବିବାଦର ସମାଧାନ କର । ଏବେ କଣ କରିବ ପାକିସ୍ତାନ !

ପ୍ରଥମେ ଭାରତ ସାହି କୂଟନୈତିକ ଓ ବାଣିଜ୍ୟିକ ସମ୍ପର୍କ ଛିନ୍ନ କଲା । ତାପରେ ସମଝୌତା ଏକ୍ସପ୍ରେସ ଓ ପରେ ପରେ ଥର ଏକ୍ସପ୍ରେସ ବନ୍ଦ କଲା । ପାକିସ୍ତାନରେ ଭାରତୀୟ ଫିଲ୍ମ ପ୍ରଦର୍ଶନକୁ ମଧ୍ୟ ବନ୍ଦ କରି ସମସ୍ତ ପ୍ରକାର ଦ୍ଵିପକ୍ଷିକ ସାଂସ୍କୃତିକ ସମ୍ପର୍କ ଛିନ୍ନ କଲା । ଭାରତକୁ ପୁଲୱାମା ଭଳି ଆକ୍ରମଣର ଧମକ ଦେଲା । କିନ୍ତୁ କୌଣସିଟିରେ ବି ଭାରତ ଡରିଲା ନାହିଁ କି ଦବିଲା ନାହିଁ ।  ଘୋର ଚିନ୍ତାରେ ପଡିଛି ପାକିସ୍ତାନ । କଣ କଲେ ଭାରତକୁ ପାନେ ଦେବ, ସେ ନେଇ କିଛି କରିବାକୁ ବୁଦ୍ଧି ବାଟ ଦିଶୁନାହିଁ ।

Please follow and like us:
error