ଦେବସ୍ନାନ ପୂର୍ଣମୀରେ ବିଶୃଙ୍ଖଳ ସେବାୟତଙ୍କୁ ଶ୍ରୀମନ୍ଦିର ପ୍ରଶାସନ ର ନୋଟିସ

STATE

ଦେବସ୍ନାନ ପୂର୍ଣମୀ ଦିନ ସ୍ନାନବେଦି ଉପରେ ରହୁଥିବା ସେବାୟତମାନଙ୍କୁ ବହୁ ପୂର୍ବରୁ କୁହାଯାଇଥିଲା ଯେ ସେମାନେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ସାମନାରେ ଠିଆ ହୋଇ ରହିବେ ନାହିଁ । ଶ୍ରୀଭୁଜରେ ଭାରା ଦେବେ ନାହିଁ କି ଶ୍ରୀଭୁଜ ତଳେ ବସିବେ ନାହିଁ। କାରଣ ଏହାଦ୍ବାରା ଭକ୍ତମାନେ ମହାପ୍ରଭୁଙ୍କୁ ଦର୍ଶନ କରିବାରେ ବାଧା ସୃଷ୍ଟି ହେଉଛି । ଏହା ବ୍ୟତୀତ ସେବକମାନେ ଭକ୍ତଙ୍କଠାରୁ ଫୁଲ ଆଣିବେନି, ତୁଳସୀ ଓ ଫୁଲ ଆଦି ଭକ୍ତଙ୍କୁ ବାଣ୍ଟିବେ ନାହିଁ । ସେପରି ଭକ୍ତ ଯେପରି ପ୍ରଭୁଙ୍କୁ ନ ଛୁଅନ୍ତି, ତାହା ମଧ୍ୟ ସେବାୟତମାନେ ଦ୍ରୁଷ୍ଟି ଦେବେ ।

ହେଲେ ଏସବୁ କେବଳ ବ୍ୟବସ୍ଥାବଳୀ ଭିତରେ ରହିଗଲା । ସ୍ନାନ ବେଦି ଉପରେ ଅନେକ ସେବାୟତ ବିଶୃଙ୍ଖଳା ପ୍ରଦର୍ଶନ କଲେ । ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀଙ୍କୁ ମଧ୍ୟ ସେମାନେ ସ୍ନାନବେଦି ଉପରକୁ ନେଇଥିଲେ । ଭକ୍ତଙ୍କୁ ଫୁଲ ଓ ତୁଳସୀ ବାଣ୍ଟିଥିଲେ । ସିସିଟିଭି ଫୁଟେଜ ଯାଞ୍ଚ କରି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କେତେକ ବିଶୃଙ୍ଖଳାକାରୀଙ୍କୁ ଚିହ୍ନଟ କରାଯାଇଛି । ପ୍ରାଥମିକ ପର୍ଯ୍ୟାୟରେ କେତେକଙ୍କୁ ନୋଟିସ ମଧ୍ୟ ଜାରି କରାଯାଇଛି । ତେବେ ବିଶୃଙ୍ଖଳାକାରୀଙ୍କ ମଧ୍ୟରେ କେତେ ସେବାୟତ ଅଛନ୍ତି ଓ କେତେ କର୍ମଚାରୀ ଅଛନ୍ତି, ତାହା ସ୍ପଷ୍ଟ ହୋଇନାହିଁ ।

Please follow and like us:
error