ଏଥର ଭଙ୍ଗାଯିବ ହସ୍ପିଟାଲ ଓ ସାନ ଛତା ମଠ

STATE

ଐତିହ୍ୟପୂର୍ଣ ବଡ ଆଖଡା ମଠ ମିଶିଯାଇଛି ମାଟିରେ । ଗୋଟାଏ ମଠର ସଂସ୍କୃତି ଶୋଇପଡିଛି ପୁରୀ ବଡ ଦାଣ୍ଡରେ । ପ୍ରଥମେ ଲଙ୍ଗୁଳି ମଠ ଓ ପରେ ଅଧା ଭଙ୍ଗା ଯାଇଛି ଏମାର ମଠ । ତୃତୀୟରେ ଭଙ୍ଗାଗଲା ବଡ ଆଖଡା ମଠ। ମଠ ସଲଗ୍ନ ୩୭ଟି ଦୋକାନ ଘର ମଧ୍ୟ ଉଚ୍ଛେଦ କରାଯାଇଛି । ମଠରେ ରହୁଥିବା ପ୍ରାୟ ୪୦ ଜଣ ବିଦ୍ୟାର୍ଥୀଙ୍କ ପାଇଁ ଅନ୍ୟତ୍ର ବ୍ୟବସ୍ଥା କରିଛନ୍ତି ଜିଲ୍ଲା ପ୍ରଶାସନ । ତେବେ ମଠର ବିଜେସ୍ଥଳୀ, ଗାଦିସ୍ଥଳୀ, ରୋଷଘର ଓ ହନୁମାନ ମନ୍ଦିର ଅକ୍ଷତ ରହିଛି ।  

loading...

ଆଜି ବଡ ଆଖଡା ମଠର ପଛପାଖ ଭଙ୍ଗାଯାଇ ପୁରୀ ଦୋଳବେଦୀ କୋଣସ୍ଥିତ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପର୍ଯ୍ୟନ୍ତ ଆସିଛି । ଏଣିକି ପାଳି ପଡିବ ହସ୍ପିଟାଲ ଓ ସାନ ଛତା ମଠର । ତେବେ ଉକ୍ତ ହସ୍ପିଟାଲ ଉଚ୍ଛେଦ ନେଇ ସାଧାରଣ ଲୋକଙ୍କ ମନରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । କାରଣ ପାଖାପାଖି କୌଣସି ହସ୍ପିଟାଲ ନାହିଁ । ବିଭିନ୍ନ ସମୟରେ ପୁରୀରେ ପର୍ଯ୍ୟଟକଙ୍କ ଗହଳି ସମୟରେ ଏହି ହସ୍ପିଟାଲ ସେମାନଙ୍କୁ ଚିକିତ୍ସା ସୁବିଧା ଯୋଗାଇଦେଉଥିଲା । ହସ୍ପିଟାଲରେ ମଧ୍ୟ ସବୁବେଳେ ରୋଗୀଙ୍କ ଗହଳି ଲାଗୁଥିଲା । ତେଣୁ ଏହାର ଉଚ୍ଛେଦରେ ଆଖପାଖ ଲୋକେ ତଥା ଶ୍ରୀମନ୍ଦିରକୁ ଆସୁଥିବା ପର୍ଯ୍ୟଟକମାନେ ଅସୁବିଧାର ସମ୍ମୁଖୀନ ହେବେ ବୋଲି ଚର୍ଚ୍ଚା ହେଉଛି ।

Please follow and like us:
error
loading...