୧୨ ଘଣ୍ଟିଆ ନୂଆପଡା ଓ କୁଚିଣ୍ଡା ବନ୍ଦ

STATE

ଆଜି ୧୨ ଘଣ୍ଟିଆ ନୂଆପଡା ବନ୍ଦ ଡାକରା ଦିଆଯାଇଛି । ମେଡିକାଲ କଲେଜ ସ୍ଥାପନ ଦାବିରେ ନୂଆପଡା ବନ୍ଦ କରାଯାଇଛି । ବିଭିନ୍ନ ରାଜନୈତିକ ଦଳ ଓ ଓକିଲ ସଂଘ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ସହରର ସମସ୍ତ ଦୋକାନ ବଜାର, ସରକାରୀ ଓ ଘରୋଇ ପ୍ରତିଷ୍ଠାନ ବନ୍ଦ ରହିବା ସହିତ ଗାଡି ଚଳାଚଳ ବନ୍ଦ ରହିଛି ।

loading...

ଆଜି ମଧ୍ୟ ୧୨ ଘଣ୍ଟିଆ କୁଚିଣ୍ଡା ବନ୍ଦ କରାଯାଇଛି । ଚାଷୀଙ୍କ ବକେୟା ଫସଲ ବୀମା ଓ ଇନପୁଟ ସବସିଡି ପାଇବା ଦାବିରେ ଏହି ବନ୍ଦ ଡାକରା ଦିଆଯାଇଛି । ଉପଖଣ୍ଡ ମିଳିତ କୃଷକ ସୁରକ୍ଷା ସଂଘଠନ ଏହି ବନ୍ଦ ଡାକରା ଦେଇଛି । ଦୋକାନ ବଜାର ଓ ଗାଡି ଚଳାଚଳ ବନ୍ଦ ରହିଛି ।

Please follow and like us:
error
loading...