ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟା ୫୦ ଲକ୍ଷ ଡେଇଁଲା, ମୃତ୍ୟୁ ସଂଖ୍ୟା ୮୨ ହଜାର ପାର

NATIONAL

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ଯାଣ ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଭାରତରେ ଗତ ୨୪ ଘଣ୍ଟାରେ ୯୦ ହଜାର ୧୨୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୧୨୯୦ ଜଣ କରୋନାରେ ପ୍ରାଣ ହରାଇଛନ୍ତି । ଫଳରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦ ଲକ୍ଷ ୨୦ ହଜାର ୩୬୦କୁ ବୃଦ୍ଧି ପାଇଥିବାବେଳେ କରୋନା ଜନିତ ମୃତ୍ୟୁସଂଖ୍ୟା ୮୨ ହଜାର ୬୬ରେ ପହଞ୍ଚିଛି । ଏ ପର୍ଯ୍ୟନ୍ତ ମୋଟ ସକ୍ରିୟ ସଂଖ୍ୟା ରହିଛି ୯ ଲକ୍ଷ ୯୫ ହଜାର ୯୩୩ ଜଣ । ତେବେ ୩୯ ଲକ୍ଷ ୪୨ ହଜାର ୩୬୦ ଜଣ କରୋନା କବଳରୁ ସୁସ୍ଥ ହୋଇଛନ୍ତି ।

ଗତ ୨୪ ଘଣ୍ଟାରେ ୧୧ ଲକ୍ଷ ୧୬ ହଜାର ୮୪୨ଟି ନମୁନା ପରୀକ୍ଷା କରାଯାଇଛି । ସେପରି ଏ ପର୍ଯ୍ୟନ୍ତ ସର୍ବମୋଟ ୫ କୋଟି ୯୪ ଲକ୍ଷ ୨୯ ହଜାର ୧୧୫ଟି ନମୁନା ପରୀକ୍ଷା କରାଯାଇସାରିଲାଣି ।

କରୋନା ସଂକ୍ରମଣରେ ସବୁଠୁ ବେଶୀ କ୍ଷତିଗ୍ରସ୍ତ ହୋଇଛି ମହାରାଷ୍ଟ୍ର । ମହାରାଷ୍ଟ୍ରରେ ୩୦,୪୦୯, କର୍ଣାଟକରେ ୭,୪୮୧, ଆନ୍ଧ୍ରପ୍ରଦେଶରେ ୫,୦୪୧, ଦିଲ୍ଲୀରେ ୪,୮୦୬, ପଶ୍ଚିମବଙ୍ଗରେ ୪,୦୬୨ ଓ ଗୁଜରାଟରେ ୩,୨୪୫ ଜଣ କରୋନାରେ ପ୍ରାଣ ହରାଇଛନ୍ତି ।

Please follow and like us: