ବଂଶଧାରା ଜଳବିବାଦକୁ ନେଇ ମିଳିତ ସର୍ଭେକୁ ମନା କଲା ଓଡିଶା

NATIONAL

ଟ୍ରିବ୍ୟୁନାଲରେ ବଂଶଧାରା ଜଳ ବିବାଦ ମାମଲାରେ ଶୁଣାଣିରେ କେନ୍ଦ୍ର-ଓଡିଶା- ଆନ୍ଧ୍ର ମିଳିତ ସର୍ଭେକୁ ଓଡିଶା ମନା କରିଦେଇଛି । ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେଇଥିଲେ ମିଳିତ ସର୍ଭେ କରି ରିପୋର୍ଟ ଦେବାକୁ । ହେଲେ ଓଡିଶା ମନା କରିଦେଲା। ମିଳିତ ସର୍ଭେକୁ ଓଡିଶା ମନା କରିବା ପରେ କେନ୍ଦ୍ର ଓ ଆନ୍ଧ୍ରକୁ ଟ୍ରିବ୍ୟୁନାଲ ନୋଟିସ ଜାରି କରିଛି ।

loading...

ଟ୍ରିବ୍ୟୁନାଲ ଓଡିଶାର ମନା ନେଇ ଉଭୟ କେନ୍ଦ୍ର ଓ ଆନ୍ଧ୍ରକୁ ନିଜ ନିଜ ମତାମତ ଦେବାକୁ ୩ ସପ୍ତାହ ମହଲତ ଦେଇଛନ୍ତି । ଉଭୟଙ୍କ ମତାମତ ମିଳିବା ପରେ ଅଗଷ୍ଟ ୨୭ରେ ପରବର୍ତ୍ତୀ ଶୁଣାଣି ହେବାକୁ ଦିନ ଧାର୍ଯ୍ୟ କରାଯାଇଛି ।

Please follow and like us:
error
loading...