କୋଇଲା ଖଣିରେ ଫସି ରହିଥିବା ଶ୍ରମିକଙ୍କୁ ଉଦ୍ଧାର କରିବାକୁ ପହଁଚିଲା ଓଡ଼ିଶା ଅଗ୍ନିଶମ୍ ଟିମ୍

NATIONAL

ମେଘାଳୟ : ମେଘାଳୟରେ କୋଇଲା ଖଣିରେ ଫସି ରହିଥିବା ଶ୍ରମିକଙ୍କୁ ଉଦ୍ଧାର କରିବାକୁ ଓଡ଼ିଶା ଅଗ୍ନିଶମ୍ ଟିମ୍ ଅପରେସନ୍ ଆରମ୍ଭ କରିଦେଇଛି । ଅଗ୍ନିଶମର ମୁଖ୍ୟ ଅଧିକାରୀ ସୁକାନ୍ତ ସେଠୀଙ୍କ ନେତୃତ୍ୱରେ ଉଦ୍ଧାର କାର୍ୟ୍ୟ ଆରମ୍ଭ ହୋଇଥିବା ସୂଚନା ମିଳିଛି ।

ଗତ ୧୬ଦିନ ହେବ ମେଘାଳୟ କୋଇଲା ଖଣିର ୩୫୦ ଫୁଟ୍ ତଳେ ୧୫ଜଣ ଶ୍ରମିକ ଫସିରହିଛନ୍ତି । ଶ୍ରମିକଙ୍କୁ ଉଦ୍ଧାର ପାଇଁ ଗତକାଲି ଓଡିଶା ଅଗ୍ନିଶମ ବିଭାଗର ୨୧ ଜଣିଆ ଏକ ସ୍ୱତନ୍ତ୍ର ଟିମ୍ ମେଘାଳୟ ଗସ୍ତ କରିଛି । ଉନ୍ନତମାନର ଯନ୍ତ୍ରପାତି ସହ ୧୦ଟି ହାଇଭୋଲ୍ଟଟେଜ୍ ପମ୍ପ୍ କୋଇଲା ଖଣିରୁ ପାଣି କାଢିବା ପାଇଁ ନିଆଯାଇଛି । ବାୟୁସେନା ସହାୟତାରେ ଉଦ୍ଧାର କାମ ଜୋରଦାର ଚାଲିଛି । ଶ୍ରମିକଙ୍କୁ ସୁରକ୍ଷିତ ଭାବେ କୋଇଲା ଖଣିରୁ ଉଦ୍ଧାର କରିବା ପାଇଁ ସମସ୍ତ ପ୍ରକାର ଉଦ୍ୟମ ଜାରି ରହିଛି ।

Please follow and like us: