ଫନି ଭାଙ୍ଗିଦେଲା ପୁରୀର ଅଣ୍ଟା, ଠପ ହୋଇଗଲା ଓଡିଶାଇନଫୋକସ ସଂବାଦ ସେବା

STATE

ମେ ୩ ତାରିଖରେ ଆସିଲା ସାମୁଦ୍ରିକ ବାତ୍ୟା ‘ଫନି’ । ମାତ୍ର ୪ ଘଣ୍ଟାର ତାଣ୍ଡବରେ ସବୁ ଓଲଟପାଲଟ କରିଦେଲା ପୁରୀ ଜିଲ୍ଲାର । ପୁରୀ ସହରରେ ଲ୍ୟାଣ୍ଡଫଲ କରିବା ଫଳରେ ପୁରୀ ଫେରିଗଲା ପଛକୁ । ସମ୍ପୂର୍ଣ ବ୍ୟାହତ ହୋଇପଡିଲା ଏହାର ବିଦ୍ୟୁତ ସେବା । ତା ସହିତ ଜୀବନ କୁହାଯାଉଥିବା ଜଳ ସେବା । ତେବେ ପ୍ରଶାସନିକ ତ୍ଵରିତ ହସ୍ତକ୍ଷେପ ଫଳରେ ପ୍ରଥମେ ଲଗାତର ଦୁଇଦିନ ବିଭିନ୍ନ ଅଞ୍ଚଳରେ ଜଳଯୋଗାଣ କରାଗଲେ ହେଁ ପରବର୍ତ୍ତୀ ସମୟରେ ସବୁ ଅଞ୍ଚଳରେ ପାଣି ଟ୍ୟାଙ୍କ ଯୋଗାଇ ଦିଆଯାଇପରିଲା ନାହିଁ । କିନ୍ତୁ କେବଳ ପାଣି ଟ୍ୟାଙ୍କ ମାନଙ୍କରୁ ସହରର ବିଭିନ୍ନ ଅଞ୍ଚଳକୁ କିଛି ସମୟ ନିରବଚ୍ଚିନ୍ନ ଭାବେ ପାଇପ ଜଳ ଯୋଗାଣ କରାଗଲା ।

ହେଲେ ଏ ପର୍ଯ୍ୟନ୍ତ ସମ୍ପୂର୍ଣ ସହରକୁ ବିଦ୍ୟୁତ ଯୋଗାଣ କରାଯାଇପାରିନାହିଁ । ଯେଉଁ ଆଞ୍ଚଳମାନଙ୍କୁ
ବିଦ୍ୟୁତ ଯୋଗାଣ କରାଯାଇଛି, ତାହା ସମ୍ପୂର୍ଣ ନିରବଚ୍ଚିନ୍ନ ନୁହେଁ । ବହୁ ସମୟ ଧରି ମଝିରେ ମଝିରେ ବିଦ୍ୟୁତ କାଟ କରାଯାଉଛି ।

ସେହିପରି ରିଲିଫ ସାମଗ୍ରୀ ଦିଆଯାଉଥିଲେ ବି କିଛି ହେରଫେରର ଖବର ଆସୁଛି । ସବୁ ଅଞ୍ଚଳରେ ସବୁ ସାମଗ୍ରୀ ଦିଆଯାଉନାହିଁ । ବିଶେଷ କରି ପୁରୀ ବିଧାନସଭାର ନିର୍ବାଚନ ଫଳ ପ୍ରକାଶ ପାଇବା ପରେ ରିଲିଫ ବଣ୍ଟନ କିଛିଟା ଧିମେଇ ଯାଇଛି ।

ଆଉ ସଂବାଦ ସେବା ଯୋଗାଇ ଦେଉଥିବା ଓଡିଶାଇନଫୋକସ ସଂସ୍ଥା ମଧ୍ୟ ଦୀର୍ଘ ଦିନ ଧରି ନିଷ୍କ୍ରିୟ ହୋଇପଡିଛି । ତେବେ ପୁଣି ଅଗଣିତ ଓଡିଆ ପାଠକ ପାଠିକାଙ୍କ ନିମନ୍ତେ ଆଜିଠୁ ପୂର୍ବଭଳି ଉଚ୍ଚକୋଟୀର ନିରପେକ୍ଷ ସଂବାଦ ପରିବେଷଣ ପାଇଁ ଉଦ୍ୟମ ଆରମ୍ଭ କରିଦେଇଛି । ତେଣୁ ଅନିଚ୍ଛାକୃତ ଭାବେ ସଂବାଦ ଯୋଗାଇ ନପାରିଥିବା କାରଣରୁ ଓଡିଶଇନଫୋକସ କ୍ଷମାପ୍ରାର୍ଥୀ । ପାଠକେ ସହୃଦୟତାର ସହିତ କ୍ଷମା କରିବାକୁ ଅନୁରୋଧ ।

Please follow and like us:
error