odisha infocus

୮ ଦିନ ପରେ ବିଜେପି ନେତ୍ରୀ ଅପରାଜିତା ଷଡଙ୍ଗୀ ଙ୍କର ଅଫିସ ସିଲ ଫିଟିଲା

STATE

ଭୁବନେଶ୍ଵର : ୮ ଦିନ ପରେ ବିଏମସି ଅଧିକାରୀ ଓ ପୋଲିସ୍ ଉପସ୍ଥିତିରେ ଖୋଲାଯାଇଛି ବିଜେପି ନେତ୍ରୀ ଭୁବନେଶ୍ବର ସାଂସଦଅପରାଜିତା ଷଡ଼ଙ୍ଗୀଙ୍କ ପଳାସପଲ୍ଲୀ ଅଫିସ । ସୂଚନାଯୋଗ୍ୟ ଯେ ଅକ୍ଟୋବର ୮ ତାରିଖ ଦିନ ନିଜ ଜନ୍ମଦିନ ପାଳନ ବେଳେ ସାଂସଦ ଅପରାଜିତା ଷଡଙ୍ଗୀ କୋଭିଡ ନିୟମ ଭାଙ୍ଗିଥିବା ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ ଆଧାରରେ ୧୦ ତାରିଖରେ ୧୫ ଦିନ ପାଇଁ ଅପରାଜିତାଙ୍କୁ ଅଫିସକୁ ସିଲ୍ କରାଯାଇଥିଲା।

ଅନ୍ୟପଟେ ଶନିବାର ଏକ ସାମ୍ବାଦିକ ସମ୍ମଳନୀ କରି ଅଫିସ ସିଲ୍ ଘଟଣାକୁ ବେଆଇନ ବୋଲି କହିଥିଲେ ଅପରାଜିତା। ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ସେ କହିଛନ୍ତି ଯେ ଏହା ଥିଲା ରାଜ୍ୟ ସରକାରଙ୍କ ମୋ ବିରୁଦ୍ଧରେ ଆକ୍ରୋଶମୂଳକ ପଦକ୍ଷେପ । ଏହାଦ୍ୱାରା ତାଙ୍କର ଆର୍ଥିକ କ୍ଷତି ହୋଇଛି ଓ ମାନସିକ ଆଘାତ ଲାଗିଛି। ଏଥିପାଇଁ ସେ କୋର୍ଟଙ୍କ ଦ୍ୱାରସ୍ଥ ମଧ୍ୟ ହୋଇପାରନ୍ତି ବୋଲି କହିଥିଲେ।

Please follow and like us: