Odisha Infocus

ଆତଙ୍କି ହମଲା ଗୁଜବ ନେଇ ଜଣେ ଗିରଫ

NATIONAL

ଏବେ ନିକଟରେ ଗତ ରବିବାର ଶ୍ରୀଲଙ୍କାରେ ଇଷ୍ଟର ପାଳନ ବେଳେ ହୋଇଥିବା ଆତଙ୍କି ଆକ୍ରମଣ ପରେ ଭାରତରେ ମଧ୍ୟ ଆତଙ୍କି ଆକ୍ରମଣ ନେଇ ବିଭିନ୍ନ ଆଶଙ୍କା ବୃଦ୍ଧି ପାଇବାରେ ଲାଗିଛି । ତେବେ ଏନେଇ କେତେକ ଅପରାଧୀ ମନୋବୃତ୍ତିର ବ୍ୟକ୍ତି ଦେଶରେ ଗୁଜବ ରଟାଇ ଚାରିଆଡେ ଭୟର ବାତାବରଣ ସୃଷ୍ଟି କରିବାରେ ଲାଗିଛନ୍ତି । ଦେଶର ବିଭିନ୍ନ ସ୍ଥାନରେ ଆତଙ୍କବାଦୀଙ୍କ ଦ୍ଵାରା ହମଲା ନେଇ କେତେକ ଖଳ ପ୍ରକୃତିର ବ୍ୟକ୍ତି ଗୁଜବ ରଟାଇଥିବାବେଳେ ଜଣଙ୍କୁ ଗିରଫ କରାଯାଇଛି ।

ତାମିଲନାଡୁର ଜଣେ ୬୫ ବର୍ଷୀୟ ଅବସରପ୍ରାପ୍ତ ସେନା ଅଧିକାରୀ ସୁନ୍ଦର ମୂର୍ତ୍ତିଙ୍କୁ ପୋଲିସ କଣ୍ଟ୍ରୋଲ ରୁମକୁ ମିଛ ଖବର ଦେଇଥିବା ଅଭିଯୋଗରେ ଗିରଫ କରାଯାଇଛି । ଏନେଇ ବେଙ୍ଗାଲୁରୁ ଗ୍ରାମାଞ୍ଚଳ ଏସପି ସୂଚନା ଦେଇଛନ୍ତି । ଅଭିଯୁକ୍ତ ଜଣଙ୍କ ରାମନାଥପୁରମରେ ୧୯ଜଣ ଆତଙ୍କି ପଶିଥିବା ନେଇ ଖବର ଦେଇଥିଲେ । ସୂଚନା ପାଇ ୬ ରାଜ୍ୟର ଡ଼ିଜିପିଙ୍କୁ କର୍ଣାଟକ ଡ଼ିଜିପି ଆଲର୍ଟ କରିଥିଲେ । ଉକ୍ତ ରାଜ୍ୟଗୁଡିକ ହେଲା କେରଲ, ଆନ୍ଧ୍ର, ତେଲେଙ୍ଗନା, ପଣ୍ଡିଚେରୀ, ଗୋଆ ଓ ମହାରାଷ୍ଟ୍ର । ଏହି ୬ ରାଜ୍ୟର ପ୍ରମୁଖ ସହରର ଟ୍ରେନ ରେ ହମଲା ଆଶଙ୍କାରେ ଆଲର୍ଟ ହୋଇଥିଲା ।

Please follow and like us:
error