ସଡକ ଦୁର୍ଘଟଣା ରେ ଜଣଙ୍କର ମୃତ୍ୟୁ

STATE

ଦିନକୁ ଦିନ ସଡକ ଦୁର୍ଘଟଣା ବଢି ବଢି ଚାଲିଛି । ଆଉ ଦୁର୍ଘଟଣାରେ ସେପରି ମୃତ୍ୟୁ ସଂଖ୍ୟା ମଧ୍ୟ ବଢି ଚାଲିଛି । ଆଜି ଆନନ୍ଦପୁର ଏନଏଚ-୨୦ ମାର୍ଶାପାଳ ନିକଟରେ ଏକ ସଡକ ଦୁର୍ଘଟଣା ଘଟିଥିବା ସଂବାଦ ମିଳିଛି । ଛିଡା ହୋଇଥିବା ଟ୍ରକ ପଛରେ ଟାଟା ସଫରୀ ପିଟି ହୋଇଯିବା ଫଳରେ ଦୁର୍ଘଟଣା ଘଟିଥିଲା ।

loading...

ଘଟିଥିବା ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ହେଉଛନ୍ତି ଆମ୍ବୁଲପୁରା ଗାଁର କାର୍ତ୍ତିକ ମହାଳିକ । ଏହା ବ୍ୟତୀତ ଅନ୍ୟ ଜଣେ ଆହତ ମଧ୍ୟ ହୋଇଛନ୍ତି । ପୋଲିସ ଘଟଣାର ତଦନ୍ତ କରୁଛି ।

ସୋର ଅଞ୍ଚଳର ମାର୍କୋଣାଠାରେ ଏକ ଟୁରିଷ୍ଟ ବସ ନଈକୁ ଖସି ପଡିବା ଫଳରେ ଗାଡିଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ବସଟି ଝାଡଖଣ୍ଡରୁ ପୁରୀ ଯାଉଥିଲା । ବସଟିରେ ମୋଟ ୫୧ଜଣ ଯାତ୍ରୀ ଥିଲେ । ସେଥିରୁ ୫ଜଣ ଟୁରିଷ୍ଟ ଆହତ ହୋଇଛନ୍ତି । ସମସ୍ତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

Please follow and like us:
error
loading...