ଦୁର୍ଘଟଣା ଘଟି ଜଣେ ମୃତ, ୨ ଜଣ ଗୁରୁତର

STATE

ଏକ ଦୁର୍ଘଟଣା ଘଟିଛି । ନିତି ପ୍ରତିଦିନ ଭଳି ଆଜି ମଧ୍ୟ ଏକ ଦାରୁଣ ଦୁର୍ଘଟଣା ଘଟିଥିବା ସଂବାଦ ମିଳିଛି । ଦୁର୍ଘଟଣାଟି ଘଟିଛି ବୌଦ୍ଧ ଏନଏଚ-୫୭ ମନମୁଣ୍ଡ ନିକଟରେ । ଏକ ଟ୍ରାନ୍ସଫର୍ମର ବୋଝେଇ ଟ୍ରକକୁ ଆଉ ଏକ ଟ୍ରକ ପିଟିଦେବା ଫଳରେ ଦୁର୍ଘଟଣାଟି ଘଟିଛି ।

ଦୁର୍ଘଟଣାରେ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ତା ସହିତ ଆଉ ୨ ଜଣ ଗୁରୁତର ହୋଇଛନ୍ତି । ଦୁହିଙ୍କୁ ସୋନପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ତନ୍ମଧ୍ୟରୁ ଜଣଙ୍କର ୨ଟି ଯାକ ଗୋଡ କଟିଯାଇଛି । ହେଲେ ମୃତକଙ୍କ ପରିଚୟ ଜଣାପଡିନାହିଁ । ପୋଲିସ ଘଟଣାର ତଦନ୍ତ କରୁଛି ।

Please follow and like us:
error