ନଦୀରେ ଭାସିଗଲେ ନାବାଳିକା

STATE

ବ୍ରହ୍ମପୁର ହିଂଜିଳିକାଟୁ ଥାନା ଅନ୍ତର୍ଗତ କାଞ୍ଜିଆମା ଗାଁ ନିକଟରେ ଘଟିଛି ଏକ ଦୁଃଖଦ ଘଟଣା । ସେଠାରେ ଋଷିକୁଲ୍ୟା ନଦୀରେ ଜଣେ ନାବାଳିକା ଭାସିଯାଇ ନିଖୋଜ ହୋଇଛନ୍ତି ।

loading...

ଆଜି ରବିବାରରେ ଖୁଦୁରୁକୁଣୀ ପୂଜା ଥିବାରୁ କିଛି ଝିଅ ନଦୀକୁ ପାଣି ଆଣିବାକୁ ଯାଇଥିଲେ । ହେଲେ ଦୁର୍ଭାଗ୍ୟ, ପାଣି ଆଣିବାବେଳେ ନଦୀରେ ୩ ଜଣ ଝିଅ ଭାସିଗଲେ । ତେବେ କୌଣସିମତେ ୨ ଜଣଙ୍କୁ ଉଦ୍ଧାର କରାଯାଇଥିବାବେଳେ ଅନ୍ୟ ଜଣଙ୍କର ପତ୍ତା ମିଳୁନାହିଁ । ନିଖୋଜ ନାବାଳିକାଙ୍କୁ ଉଦ୍ଧାର ପାଇଁ ଅଗ୍ନିଶମ ବାହିନୀ ସେଠାରେ ପହଞ୍ଚି ଉଦ୍ୟମ ଜାରି ରଖିଛି ।

Please follow and like us:
error
loading...