Bike

ଆଜ୍ଞା ଟିକେ ଲିଫ୍ଟ ଦେବେ କି? ଯୁବକ ଲିଫ୍ଟ ଦେଲେ, ହେଲେ ତାପରେ ଯାହା ଘଟିଲା……..

STATE

ଅନ୍ୟକୁ ସବୁବେଳେ ସହାୟତାର ହାତ ବଢାଉଥିବା ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ସରାଙ୍ଗସ୍ଥିତ ଭାଲୁମୁଣ୍ଡା ଗାଁର ସନ୍ୟାସୀ ନାଏକ ନାମକ ଜଣେ ଯୁବକ ଗତକାଲି ସନ୍ଧ୍ୟାରେ ବାଇକ ଚଳାଇ ରାସ୍ତାର ତାଳଚେରରୁ ଗାଁକୁ ଫେରୁଥିବାବେଳେ ସରାଙ୍ଗ ଗେଟ ନିକଟରେ ଶୁଣିଲେ, ଆଜ୍ଞା ଟିକେ ଲିଫ୍ଟ ଦେବେ କି?  ଯୁବକ ଜଣଙ୍କ ଅନାଇ ଦେଖିଲେ ରାସ୍ତା କଡରେ ଠିଆ ହୋଇଛନ୍ତି ଜଣେ ଯୁବତୀ । ସମସ୍ତଙ୍କୁ ସେ ଲିଫ୍ଟ ମାଗୁଛନ୍ତି, ହେଲେ କେହି ବି ଟିକେ ଅଟକୁ ନାହାନ୍ତି। ଯେ ଯାହା ରାସ୍ତାରେ ଚାଲିଯାଉଛନ୍ତି । ଯୁବକ ଜଣଙ୍କ ଭାବିଲେ, ଆହା ! ବିଚାରୀ କଣ ଗୋଟାଏ ଅସୁବିଧାରେ ପଡିଛି । ତେଣୁ ସେ ଅଟକି ଯୁବତୀ ଜଣକଙ୍କୁ ଲିଫ୍ଟ ଦେଇଦେଲେ । ଯୁବତୀ ଜଣଙ୍କ କହିଲେ ସେ ଭାଲୁମୁଣ୍ଡା ଯିବେ ।

କିଛି ବାଟ ଯିବା ପରେ ଯୁବକ ଦେଖିଲେ ଗୋଟାଏ ବାଇକରେ ଦୁଇଜଣ ଯୁବକ ତାଙ୍କ ପଛେ ପଛେ ଆସୁଛନ୍ତି । ପୂର୍ତ୍ତ ବିଭାଗ ଜହ୍ନାପଡା ଗାଁ ନିକଟରେ ଟିକେ ନିରୋଳା ଦେଖି ସେମାନେ ଦ୍ରୁତ ଗତିରେ ବାଇକ ଛୁଟାଇ ଆଗକୁ ଆସିଲେ ଆଉ ଯୁବକଙ୍କ ବାଇକ ଅଟକାଇ ଯୁବତୀଙ୍କ ସହ ମିଶି ତାଙ୍କୁ ମାଡ ମାରି ଟଙ୍କା ଲୁଟ କଲେ । ତାପରେ ଯୁବତୀଜଣଙ୍କ  ସେହି ଦୁଇ ଅଭିଯୁକ୍ତ ଲୁଟେରାଙ୍କ ସହ ବାଇକରେ ବସି ଚାଲିଗଲେ । ଏଭଳି ଅଭିନବ ଲୁଟ ଘଟଣା, ସେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

Please follow and like us:
error