odisha infocus

ବଜ୍ରକାପ୍ତା ଚୋରାଚାଲାଣକୁ ଧରିଲା ଏସଟିଏଫ୍ ଟିମ , ୧ ବଜ୍ରକାପ୍ତା ଉଦ୍ଧାର

STATE

ସୋନପୁର : ବଜ୍ରକାପ୍ତା ଚୋରାଚାଲାଣ ଖବର ପାଇ ଚଢାଉ କଲା କ୍ରାଇମବ୍ରାଞ୍ଚର ଏସଟିଏଫ୍ ଟିମ । ଗୋଟିଏ ଜୀବନ୍ତ ବଜ୍ରକାପ୍ତା ଓ କାତି ଜବତ କରିଛି ଏସଟିଏଫ୍। ଏହି ଘଟଣାରେ କ୍ରାଇମବ୍ରାଞ୍ଚ ୨ଜଣ ମାଫିଆଙ୍କୁ ଗିରଫ କରିଛି । ମାଫିଆମାନେ ବଜ୍ରକାପ୍ତାକୁ ବାହାରକୁ ଚାଲାଣ ଉଦ୍ଦେଶ୍ୟରେ ନେଉଥିବା ସୂଚନା ମିଳିଛି ।

ସୋନପୁରର ରାଜକୋଠି ଅଞ୍ଚଳରେ ଚଢାଉ କରି ଅଧିକାରୀମାନେ ବିରଳ ବଜ୍ରକାପ୍ତାକୁ ଉଦ୍ଧାର କରିଥିଲେ । ଗିରଫ ମାଫିଆ ୨ ଜଣ ସୋନପୁର ଜିଲ୍ଲା ଉଲୁଣ୍ଡା ଥାନା ଅଞ୍ଚଳର ବୋଲି ଜଣାପଡିଛି । ଗିରଫ ୨ ମାଫିଆଙ୍କୁ ଆଜି କୋର୍ଟ ଚାଲାଣ କରାଯିବ । ଉଦ୍ଧାର ପାଙ୍ଗୋଲିନ ସହ  ୫କେଜି ୬୫ ଗ୍ରାମ ଓଜନର ବଜ୍ରକାପ୍ତା କାତି ଜବତ ହୋଇଥିବା ସୂଚନା ମିଳିଛି । ଏହାକୁ ପରୀକ୍ଷା ନିରୀକ୍ଷା ପାଇଁ ସୋନପୁର ବନବିଭାଗକୁ ହସ୍ତାନ୍ତର କରାଯାଇଛି ।

Please follow and like us: