Jharsuguda

ଝାରସୁଗୁଡାରୁ ଭୁବନେଶ୍ଵର ଓ ରାୟପୁରକୁ ଉଡିବ ବିମାନ

STATE

ଝାରସୁଗୁଡା ବିମାନ ବନ୍ଦର ନିର୍ଦ୍ଦେଶକ ସୁଦେଶ କୁମାର ଚୌହାନଙ୍କ ସୂଚନାନୁସାରେ ଆଜିଠାରୁ ଝାରସୁଗୁଡାରୁ ସିଧା ଭୁବନେଶ୍ଵର ଓ ରାୟପୁରକୁ ବିମାନ ଉଡିବ । ପ୍ରାପ୍ତ ସଂବାଦ ଅନୁସାରେ ପ୍ରତିଦିନ ସକାଳ ୧୦ଟା ୩୫ ମିନିଟରେ ଝାରସୁଗୁଡାରୁ ଭୁବନେଶ୍ଵରକୁ ବିମାନ ଉଡିବ । କିନ୍ତୁ ଆଜି ପ୍ରଥମ ଦିନରେ ବିମାନ ୧୦ଟା ୩୫ ବଦଳରେ ଦିନ ୧୧ଟା ୧୫ ମିନିଟରେ ଉଡିବ ଓ ରାୟପୁରକୁ ଆଜି ଅପରାହ୍ନ ୫ଟା ୧୫ରେ ଉଡିବ । ଏହାକୁ ଝାରସୁଗୁଡାବାସୀ ସ୍ଵାଗତ କରିଛନ୍ତି । ଏହା ସହିତ ଖୁବ ଶୀଘ୍ର ଝାରସୁଗୁଡାରୁ ମୁମ୍ବାଇ ଓ ବାଙ୍ଗାଲୋରକୁ ବିମାନ ଚଳାଚଳ ନିମନ୍ତେ ଦାବି କରାଯାଇଛି ।

loading...

ଏହି ସେବା ଏୟାର ଇଣ୍ଡିଆର ସବସିଡାରୀ ସଂସ୍ଥା ଆଲିଏନ୍ସ ଏୟାର ପକ୍ଷରୁ ଏଟିଆର-୭୨ ବିମାନ ଯୋଗାଇବ । ଉଲ୍ଲେଖଯୋଗ୍ୟ ଯେ ମାର୍ଚ୍ଚ ୩୧ରୁ ଉଡାନ ଯୋଜନା-୩ ରେ ସ୍ପାଇସ ଜେଟ ଝାରସୁଗୁଡାରୁ ନୂଆଦିଲ୍ଲୀ, ହାଇଦ୍ରାବାଦ ଓ କୋଲକାତା, ଏହି ୩ଟି ସ୍ଥାନକୁ ବିମାନ ସେବା ଯୋଗଉଛି ।

Please follow and like us:
error
loading...