୩ରୁ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ

STATE

ଭୁବନେଶ୍ୱର : ଚଳିତ ବର୍ଷ ଆସନ୍ତା ମାର୍ଚ୍ଚ ୩ରୁ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହେବ। ଏପ୍ରିଲ ମାସ ପ୍ରଥମ ସପ୍ତାହରୁ ଆରମ୍ଭ ହେବ +୨ ଖାତା ମୂଲ୍ୟାୟନ । ପରୀକ୍ଷା ଖାତା ଦେଖା କାର୍ୟ୍ୟରେ ଯୋଗ ନଦେଲେ ଅଧ୍ୟାପକଙ୍କ ବିରୋଧରେ ହେବ ଦୃଢ କାର୍ୟ୍ୟାନୁଷ୍ଠାନ । ଏନେଇ ଆଜି ବିଧାନସଭାରେ ଉତ୍ତର ରଖିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।

ଏପ୍ରିଲ ପ୍ରଥମ ସପ୍ତାହରୁ ଯୁକ୍ତ ଦୁଇ ଖାତା ଦେଖା ଆରମ୍ଭ ହେବ । ମେ ମାସ ଶେଷ ସପ୍ତାହ ସୁଦ୍ଧା +୨ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ କରିବାକୁ ଲକ୍ଷ୍ୟ ରଖାଯାଇଛି । କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ଫଳ ଜୁନ ପ୍ରଥମ ସପ୍ତାହ ସୁଦ୍ଧା ପ୍ରକାଶ ପାଇବ। ଶୃଙ୍ଖଳାର ସହ ପରୀକ୍ଷାକୁ କପି ମୁକ୍ତ କରିବା ଲାଗି ସବୁ ସେଣ୍ଟରରେ ସିସିଟିଭିକୁ ବାଧ୍ୟତାମୂଳକ ଭାବେ ଲଗାଯାଇଛି । ପରୀକ୍ଷା ଖାତା ମୂଲ୍ୟାୟନ କାର୍ୟ୍ୟରେ ଯୋଗ ନଦେଲେ ଅଧ୍ୟାପକଙ୍କ ବିରୋଧରେ ହେବ ଦୃଢ କାର୍ୟ୍ୟାନୁଷ୍ଠାନ । ଚଳିତ ବର୍ଷ ଯୁକ୍ତ ଦୁଇ ପରୀକ୍ଷା ଶୃଙ୍ଖଳିତ କରିବାକୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଏନେଇ ବିଧାନସଭାରେ ସୂଚନା ଦେଇଛନ୍ତି ।

Please follow and like us: