ଅପରାହ୍ଣ ୪ ଘଟିକା ସମୟରେ ରାଷ୍ଟ୍ରକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

NATIONAL

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅପରାହ୍ଣ ୪ ଘଟିକା ସମୟରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ତାଙ୍କର ବାର୍ତ୍ତା ପ୍ରଦାନ କରିବେ । ଅନ୍ଲକ୍-୨ର ଗାଇଡଲାଇନ୍ ଗତକାଲି ବିଳମ୍ବିତ ସନ୍ଧ୍ୟାରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଯାଇଛି । ଠିକ୍ ଏହାର ପରେ ପରେ ପ୍ରଧାନମନ୍ତ୍ରୀଙ୍କ କାର୍ୟ୍ୟାଳୟ ପକ୍ଷରୁ ପ୍ରଧାନମନ୍ତ୍ରୀ ମୋଦି ରାଷ୍ଟ୍ର ଉଦ୍ଦେଶ୍ୟରେ ଦେବାକୁ ଥିବା ବାର୍ତ୍ତା ସମ୍ପର୍କରେ ଦେଶବାସୀଙ୍କୁ ଅବଗତ କରାଯାଇଛି ।

ପ୍ରଧାନମନ୍ତ୍ରୀ ତାଙ୍କ ଉଦ୍ବୋଧନରେ ଦେଶର ସାମ୍ପ୍ରତିକ କରୋନା ପରିସ୍ଥିତି ସମ୍ପର୍କରେ ଦେଶବାସୀଙ୍କୁ ଅବଗତ କରାଇବା ସହ ପଡୋଶୀ ଚୀନ୍ ସହିତ ସୀମା ବିବାଦକୁ କେନ୍ଦ୍ର କରି ସୃଷ୍ଟି ହୋଇଥିବା ତିକ୍ତତା ସମ୍ପର୍କରେ ମଧ୍ୟ ସୂଚନା ଦେବା ସହ ଭାରତ ସରକାରଙ୍କ ଆଭିମୁଖ୍ୟକୁ ସ୍ପଷ୍ଟ କରିବେ ବୋଲି ଆଶା କରାଯାଉଛି । ଏହା ବ୍ଯତୀତ ଅନଲକ-୨ ବିଷୟରେ କିଛି ପରାମର୍ଶ ମଧ୍ୟ ଦେଇପାରନ୍ତି ବୋଲି ଅନୁମାନ କରାଯାଉଛି ।

Please follow and like us: