କବିତା – ଅମାନିଆ

LITERATURE WING

କବିତା – ଶ୍ରୀ ସୌରେନ୍ଦ୍ର ସେନାପତି

ତୋତେ ଦେଖିଲେ

ଆଖି ହୁଏ ଅମାନିଆ

ତୋ ଠାରୁ ଚାହେଁ ନା

ନଜର ଫେରାଇ ନେବାକୁ ।

ତୋତେ ଦେଖିଲେ

ହାତ ଚାହେଁ ଛୁଇଁବାକୁ ତୋତେ

ସେ ବୁଝେ ନାହିଁ

ଗୋଲାପ ଛୁଇଁଲେ

କଣ୍ଟା ଫୁଟିଯାଏ ।

ତୋତେ ଦେଖିଲେ

ମନ ହୁଏ ଅମାନିଆ

କାହିଁକି କେଜାଣି

ଝୁରିହୁଏ ତୋତେ ।
@OdishaInfocus News Desk

Please follow and like us: