କବିତା – ଶୂନ ଶାନ ରାତି

LITERATURE WING

କବିତା – ସୌରେନ୍ଦ୍ର ସେନାପତି 

ଦେଖିଛି ମୁଁ ସେଇ ଶୂନ ଶାନ ରାତି

ଦେଖିଛି ବର୍ଷୁକ ଆକାଶ ଛାତି

ବାଟୋଇ ସାଜିଛି ନ ଥାଇ ସାଥି

ଏମିତି ଜୀବନ ଯାଉଛି ବିତି ।

କିଏ ବା ବୁଝିବ ଦୁଃଖର ତାତି

ପ୍ରେମ ପାଇଁ ଥିଲି ମୋ ହାତ ପାତି

ବିରହ ସାଜିଲା ମୋ ପାଇଁ କାତି

ଲୋଭ ଛାଡିଗଲା ଜୀବନ ପ୍ରତି ।
@OdishaInfocus News Desk

Please follow and like us: