କବିତା – ତୁମ ସହ ଦେଖା

LITERATURE WING

କବିତା – ଶ୍ରୀ ସୌରେନ୍ଦ୍ର ସେନାପତି 

ତୁମକୁ ଦେଖିଲେ

କାହିଁକି କେଜାଣି ମୋତେ

ଭାରି ଭଲ ଲାଗେ ।

କିଛି ଅପଲକ

କିଛି ବାର ବାର

କିଛି ଚେତନାର ତ

କିଛି ଆତ୍ମବିଭୋରତା

ମନେ ହୁଏ ମୋ ଆଗରେ ଅନଳ ପସରା

ଆଉ ମୁଁ ପତଙ୍ଗଟିଏ ।

 

ତମ ଆଖିରେ

ସାଦର ଆମନ୍ତ୍ରଣ

ମୋ ଆଗରେ ଉଭା ହୋଇଯାଏ

ମହାସମୁଦ୍ର

ମୁଁ ଯେପରି ଉଠିପଡି

ଧାଇଁଛି ନଦୀଟିଏ ହୋଇ

ହଜିବାକୁ ଚିର ଦିନ ପାଇଁ ।

@OdishaInfocus News Desk

Please follow and like us: