Encounter

ଗଞ୍ଜେଇ ମାଫିଆ ଓ ପୋଲିସ ମଧ୍ୟରେ ଗୁଳି ବିନିମୟ

STATE

ଜୟପୁର ଅଞ୍ଚଳରେ ଜଣେ ଗଞ୍ଜେଇ ମାଫିଆ ସହିତ ପୋଲିସ ଏନକାଉଣ୍ଟର ଘଟିଛି । ଗଞ୍ଜେଇ ମାଫିଆ ଜଣଙ୍କ ଜଣେ ଦୁର୍ଦ୍ଦାନ୍ତ ଅପରାଧୀ । ତାର ନାମ କାବୁଲ ଖରା । ଗୁଳିମାଡରେ ସେ ଆହତ ହୋଇଛି । ତା ନାଁରେ ବିଭିନ୍ନ ଥାନାରେ ରହିଛି ୫ଟି ଅପରାଧିକ ମାମଲା ।

ଆଜି ଭୋର ୪ଟା ୩୦ରେ ହାତୀଶାଳ ଛକ ନିକଟରେ ପୋଲିସକୁ କାବୁଲ ଖରା ପ୍ରଥମେ ପୋଲିସ ଉପରକୁ ୨ ରାଉଣ୍ଡ ଗୁଳି ଚଳାଇଥିଲା । ପୋଲିସ ପ୍ରତି ଜବାବରେ ତା ଉପରକୁ ଗୁଳି ଚଳାଇଥିଲା । ପୋଲିସର ଗୁଳି ତାର ଡାହାଣ ଗୋଡରେ ବାଜି ଆହତ ହେବାରୁ ମେଡିକାଲରେ ଭର୍ତ୍ତି କରାଯାଇଛି । ତା ନିକଟରୁ ଗୋଟିଏ ପିସ୍ତଲ, ୨ଟି ଗୁଳି ଓ ଗୋଟିଏ ଗାଡି ଜବତ କରାଯାଇଛି ।

Please follow and like us:
error