ପଶ୍ଚିମ ଓଡ଼ିଶାରେ ବିଦ୍ୟୁତ କାଟ୍ ଆରମ୍ଭ

STATE

ଭୁବନେଶ୍ୱର : ସେସୁ, ନେସ୍କୋ ପରେ ଏବେ ୱେସ୍କୋ ପାଳି । ବିଦ୍ୟୁତ ବିଲ ବକେୟା ପୈଠ ନ କରିଥିଲେ ଆଉ ନିସ୍ତାର ନାହିଁ । ପଶ୍ଚିମ ଓଡ଼ିଶାରେ ୱେସ୍କୋ ପକ୍ଷରୁ ଆରମ୍ଭ ହୋଇଛି ବିଦ୍ୟୁତ କାଟ୍ । ଏଥିପାଇଁ ହିତାଧିକାରୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି ।

ପଶ୍ଚିମ ଓଡ଼ିଶାରେ ଅନେକ ଶିଳ୍ପ ପ୍ରତିଷ୍ଠାନ, ଘରୋଇ ସଂସ୍ଥା, ସରକାରୀ ସଂସ୍ଥା ସହ ଘର ଗୁଡ଼ିକର ଦୀର୍ଘ ଦିନର ବିଦ୍ୟୁତ ବିଲ ବାକି ପଡ଼ିଛି । ବକେୟା ବିଲ ପୈଠ ପାଇଁ ୱେସ୍କୋ ପକ୍ଷରୁ ଏକ ଡେଡ଼ଲାଇନ ଦିଆଯାଇଥିଲା । କିନ୍ତୁ ଅଧିକାଂଶ ସ୍ଥାନରେ ବିଲ ପୈଠ ହୋଇନାହିଁ । ଡେଡ଼ଲାଇନ ସରିବା ପରେ ବିଦ୍ୟୁତ୍ କାଟ୍ ଆରମ୍ଭ କରାଯାଇଛି । ବଲାଙ୍ଗୀର, ସମ୍ବଲପୁର ସମେତ ୯ଟି ଜିଲ୍ଲାରେ ବିଦ୍ୟୁତ୍ କାଟ୍ ଆରମ୍ଭ କରାଯାଇଛି । ବକେୟା ବିଲ ଦେଇନଥିବା ହିତାଧିକାରୀଙ୍କ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ହେବ । ପ୍ରଥମ ପର୍ୟ୍ୟାୟରେ ବ୍ୟବସାୟିକ ପ୍ରତିଷ୍ଠାନର ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରାଯାଉଛି ।

Please follow and like us: