ଦୋଳାରେ ନେବାବେଳେ ରାସ୍ତାରେ ପ୍ରସବ କଲେ ଗର୍ଭବତୀ

STATE

ବାଲିଗୁଡାରେ ପୁଣି ଜଣେ ଜନନୀ ରାସ୍ତା ଅସୁବିଧା କାରଣରୁ ଠିକ ସମୟରେ ହସ୍ପିଟାଲରେ ପହଞ୍ଚି ପାରିଲେନି । ମେଡିକାଲକୁ ରାସ୍ତା ସୁବିଧା ନଥିବାରୁ ତାଙ୍କୁ ଦୋଳା କରି ମେଡିକାଲ ନିଆଯାଉଥିଲା । ହେଲେ ଦୋଳାରେ ଯାଉଥିବାବେଳେ ସେ ବାଟରେ ଆଉ ପ୍ରସବ ବେଦନା ସହି ପାରିଲେ ନାହିଁ । ପ୍ରସବ ବେଦନା ଆସିବାରୁ ବାଟରେ ପଡୁଥିବା ପାହାଡ ଉପରେ ସେ କନ୍ୟା ସନ୍ତାନ ପ୍ରସବ କଲେ ।

ମହିଳାଜଣଙ୍କ ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ତାଳୁଙ୍ଗିଆ ପଞ୍ଚାଯତ ଡୁବୁରି ଗାଁର । ପ୍ରସବ ପରେ ପ୍ରସୂତିଙ୍କୁ ହସ୍ପିଟାଲ ନିଆଯାଇଥିଲା । ପ୍ରାପ୍ତ ଖବର ଅନୁସାରେ ସେ ଓ କନ୍ୟା ସନ୍ତାନ ସୁସ୍ଥ ଅଛନ୍ତି ।

Please follow and like us:
error