odisha infocus

ଆଜି ସାମ୍ବାଦିକ ସମ୍ମିଳନୀ କରିବେ ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ

NATIONAL

ନୂଆଦିଲ୍ଲୀ : ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଆଜି ଦିନ ୧୦ଟାରେ ସାମ୍ବାଦିକ ସମ୍ମିଳନୀ କରିବେ । ସାମ୍ବାଦିକ ସମ୍ମିଳନୀରେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିପାରିନ୍ତି । କରୋନା ଭାଇରସ ପାଇଁ ଦେଶରେ ଗତ ମାର୍ଚ୍ଚ ୨୫ରୁ ଲକଡାଉନ ଲାଗୁ ହୋଇଛି । ଏହାରି ମଧ୍ୟରେ ଆର୍ଥିକ କ୍ଷେତ୍ରରେ ଅନେକ ପ୍ରତିବନ୍ଧକ ସୃଷ୍ଟି ହୋଇଛି । ତେଣୁ ଆରବିଆଇ ଗଭର୍ଣ୍ଣରଙ୍କ ଦ୍ୱାରା ସାମ୍ବାଦିକ ସମ୍ମିଳନୀ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି ।

ଏହାରି ମଧ୍ୟରେ ଦେଶବାସୀଙ୍କ ପାଇଁ କିଛି ବଡ଼ ଘୋଷଣା ହୋଇପାରେ । ଦେଶରେ ଲକଡାଉନ ହେବା ପରେ ଆରବିଆଇ ଗଭର୍ଣ୍ଣର ଗତ ଏପ୍ରିଲ ୧୭ ତାରିଖରେ ସାମ୍ବାଦିକ ସମ୍ମିଳନୀ କରିଥିଲେ  ।ସେହିପରି ମାର୍ଚ୍ଚ ୨୭ ତାରିଖରେ ମଧ୍ୟ ସାମ୍ବାଦିକ ସମ୍ମିଳନୀ ଜରିଆରେ ଦେଶବାସୀଙ୍କୁ ଉଦବୋଧନ ଦେଇଥିଲେ ।

Please follow and like us: