ବାତ୍ୟା ଅମ୍ଫାନର ପରିସ୍ଥିତି ଅନୁଧ୍ୟାନ କରିବା ନିମନ୍ତେ ଆଜି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

STATE

ଭୁବନେଶ୍ୱର : ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆକାଶ ମାର୍ଗରୁ ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ । ବାତ୍ୟା ଦ୍ୱାରା ପ୍ରଭାବିତ ହୋଇଥିବା ଓଡ଼ିଶାର ୪ ଜିଲ୍ଲା ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା ଓ ଜଗତସିଂହପୁର ଜିଲ୍ଲାର ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହାସହ ପଶ୍ଚିମବଙ୍ଗର ଅମ୍ଫାନ ବାତ୍ୟାଞ୍ଚଳ ମଧ୍ୟ ପରିଦର୍ଶନ କରିବେ । ବାତ୍ୟାସ୍ଥଳୀ ବୁଲିବା ପରେ ରାଜ୍ୟ ସରକାରଙ୍କ ସହ ମଧ୍ୟ ରିଲିଫ ଓ ବିପନ୍ନଙ୍କ ଥଇଥାନ ନେଇ ସମୀକ୍ଷା ବୈଠକ କରିବେ ମୋଦୀ । ଏହି ଗସ୍ତ ନେଇ ପ୍ରଧାନମନ୍ତ୍ରୀଙ୍କ କାର୍ୟ୍ୟାଳୟ ପକ୍ଷରୁ ସୂଚନା ମିଳିଛି । ପ୍ରଧାନମନ୍ତ୍ରୀ ପ୍ରଥମେ ପଶ୍ଚିମବଙ୍ଗ ପରିଦର୍ଶନ କରିବେ, ଏହାପରେ ଓଡ଼ିଶା ଆସିବେ । ମୋଦିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ବିମାନ ବନ୍ଦରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।

ଅପରାହ୍ନ ୨ଟା ୫୦ରେ ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚି ୨ଟା ୫୫ରେ ହେଲିକପ୍ଟରରେ ଆକାଶମାର୍ଗରୁ ପରିଦର୍ଶନ କରିବେ । ଆକାଶମାର୍ଗରୁ ପରିଦର୍ଶନ ସାରି ୪ଟା ୫୫ରେ ଭୁବନେଶ୍ଵର ଫେରିବେ । ଅପରାହ୍ନ ୫ଟାରୁ ୬ଟା ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକ ବସିବ । ସମୀକ୍ଷା ବୈଠକ ସାରି ସନ୍ଧ୍ୟା ୬ଟା ୧୫ରେ ଦିଲ୍ଲୀ ଫେରିବେ ।

ପ୍ରଧାନମନ୍ତ୍ରୀଙ୍କ ଓଡିଶା ଗସ୍ତ ନେଇ ଏସପିଜିର ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଆଇଜି ଯଶୱନ୍ତ ଜେଠୱାଙ୍କ ନେତୃତ୍ଵରେ ଏକ ଟିମ ଭୁବନେଶ୍ଵରରେ ପହଞ୍ଚିଯାଇଛି । ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାଳରେ ସୁରକ୍ଷା ଦାୟିତ୍ଵରେ ୨୬ ଜଣିଆ ଟିମ ରହିବ ।A

Please follow and like us: