ଓଡିଆ ନବବର୍ଷ ମହାବିଷୁବ ସଙ୍କ୍ରାନ୍ତି ନିମନ୍ତେ ପ୍ରଧାନମନ୍ତ୍ରୀ ଙ୍କ ଶୁଭେଚ୍ଛା

STATE

ଆଜି ଓଡିଶାରେ ପାଳିତ ହେଉଛି ଓଡିଆ ନବବର୍ଷ । ଏହାସହିତ ଆଜି ମହାବିଷୁବ ସଙ୍କ୍ରାନ୍ତି । ଘରେ ଘରେ ଛତୁଆ ଓ ପଣା ଭୋଗ ମା ବୃନ୍ଦାବତୀଙ୍କ ନିକଟରେ । ବୃନ୍ଦାବତୀଙ୍କ ଉପରେ ଟଙ୍ଗା ହୋଇଛି ନଡିଆ ଚାଞ୍ଚ । ସେଥିରୁ ଓହଳି ଝୁଲୁଚି ଶିକା । ଆଉ ଶିକାରେ ରଖାଯାଇଛି ଛୋଟ ଘଡି ଯେଉଁଥିରେ ଭର୍ତ୍ତି କରାଯାଇଛି ପଣା । ଘଡିର ତଳଭାଗରେ ଛିଦ୍ର କରାଯାଇ ଦିଆଯାଇଛି କୁଶ । ସେହି କୁଶ ଦେଇ ଟୋପେ ଟୋପେ ପଣା ଜଳ ଆସି ପଡୁଛି ମା ବୃନ୍ଦାବତୀଙ୍କ ଉପରେ । ବଡ ଧୁମଧାମରେ ପାଳିତ ହେଉଛି ଏହି ପର୍ବ । ଏହି ଅବସରରେ ଆଜି ଓଡିଶାବାସୀଙ୍କୁ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଜ୍ଞାପନ କରିଛନ୍ତି ।

ଟ୍ଵିଟ କରି ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଜଣାଇବା ସହିତ ସମସ୍ତଙ୍କ ସୁଖ ଓ ସମୃଦ୍ଧି କାମନା କରିଛନ୍ତି । ସେ କହିଛନ୍ତି, “ନବବର୍ଷ ନୂଆ ଆକାଂକ୍ଷା ଓ ନୂଆ ଆଶା ନେଇ ଆସୁ । ମହାବିଷୁବ ସଙ୍କ୍ରାନ୍ତିରେ ସମସ୍ତଙ୍କ ସ୍ଵପ୍ନ ସାକାର ହେଉ ।” ଓଡିଶାର ମୁଖ୍ୟମନ୍ତ୍ରୀ ମଧ୍ୟ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଟ୍ଵିଟ କରି ରାଜ୍ୟର ଭାଇଭଉଣୀଙ୍କୁ ସେ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ଏହା ବ୍ୟତୀତ ରାଷ୍ଟ୍ରୀୟ ଉପସଭାପତି ଓ ମୁଖପାତ୍ର ବୈଜୟନ୍ତ ପଣ୍ଡା, କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଓଡିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Please follow and like us:
error