Murder

ଚୌଦ୍ଵାର ଜେଲରେ କଏଦୀଙ୍କୁ ହତ୍ୟା

STATE

ଜେଲରେ ମଧ୍ୟ ନିସ୍ତାର ନାହିଁ । ଅପରାଧୀ ନିଜର ଅପରାଧ ପାଇଁ ଜେଲ ଯାଇଥିଲେ ବି ଟିକେ ହେଲେ ଅନୁଶୋଚନା ନାହିଁ । ଜେଲରେ ଥାଇ ବି ନିର୍ବିଘ୍ନରେ ହତ୍ୟା କରିପାରୁଛି ନିଜ ସହ ରହୁଥିବା ଅନ୍ୟ କଏଦୀଙ୍କୁ । ସେହିଭଳି ଏକ ଘଟଣା ଦେଖିବାକୁ ମିଳିଛି ଚୌଦ୍ଵାର ଜେଲରେ । ଜଣେ କଏଦୀଙ୍କ ଗଳା କାଟି ହତ୍ୟା କରିଛି ଅନ୍ୟ ଜଣେ କଏଦୀ ।

ମୃତ କଏଦୀଙ୍କ ଘର କଟକ ତୁଳସୀପୁର ଅଞ୍ଚଳରେ । ତାଙ୍କ ନାମ ରମେଶ ପ୍ରଧାନ । ତାଙ୍କୁ ହତ୍ୟା କରିଛି ଜଣେ ଆଜୀବନ କଏଦୀ ଥିବା ଅପରାଧୀ । ହତ୍ୟାକାରୀର ନାମ ଜଳନ୍ଧର ସାମଲ ବୋଲି ଜଣାପଡିଛି । ତେବେ ହତ୍ୟାର କାରଣ ଜଣାପଡିନାହିଁ । ଘଟଣାର ତଦନ୍ତ ଆରମ୍ଭ ହୋଇଛି ।

Please follow and like us:
error