ମାଙ୍କଡ ଦୌରାତ୍ମ୍ୟ କାରଣରୁ ଶ୍ରୀମନ୍ଦିରରେ ଭକ୍ତ ଆତଙ୍କିତ

STATE

ଶ୍ରୀମନ୍ଦିରରେ ଏବେ ମାଙ୍କଡ ସଂଖ୍ୟା ହଠାତ ବୃଦ୍ଧି ପାଇଛି । ଫନି କାରଣରୁ ସହରର ବିଭିନ୍ନ ସ୍ଥାନରୁ ମାଙ୍କଡମାନେ ତାଙ୍କର ଆଶ୍ରୟସ୍ଥଳୀ ଛାଡି ଶ୍ରୀମନ୍ଦିରକୁ ଚାଲିଆସିଛନ୍ତି । ତେବେ ସେମାନେ ଖାଦ୍ୟ ଅଭାବରୁ ଏବେ ଶ୍ରୀମନ୍ଦିରରେ ଉତ୍ପାତ ଆରମ୍ଭ କରିଦେଇଛନ୍ତି ।

loading...

ସୂଚନାନୁଯାୟୀ ସେମାନେ ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତମାନଙ୍କୁ ଟାର୍ଗେଟ କରିଛନ୍ତି । ଫୁଲ, ଫଳ ଓ ଭୋଗ ଧରି ଆସୁଥିବା ଭକ୍ତଙ୍କ ପ୍ରତି ସେମାନେ ନଜର ରଖୁଛନ୍ତି । ଅତର୍କିତ ଭାବେ ଆକ୍ରମଣ କରି ସେମାନେ ଭୋଗ ଆଦି ଛଡାଇ ନେଉଛନ୍ତି ଓ ଖାଉଛନ୍ତି । ତେବେ ସେମାନଙ୍କର ଏହି ଭୋଗ ଆଦି ଛଡାଇନେବା ତଥା ଅବାଧରେ ଶ୍ରୀମନ୍ଦିର ପରିସରରେ ବିଚରଣ କରୁଥିବା କାରଣରୁ ଭକ୍ତମାନେ ଆତଙ୍କିତ ରହୁଛନ୍ତି । ଏପରିକି କେତେକ ଭକ୍ତ ମଧ୍ୟ ଖଣ୍ଡିଆ ଖାବରା ହୋଇଛନ୍ତି । ତେଣୁ ଏ ଦିଗରେ ଶ୍ରୀମନ୍ଦିର ପ୍ରଶାସନ ତ୍ଵରିତ ଓ ଉପଯୁକ୍ତ ପଦକ୍ଷେପ ନେବାକୁ ଭକ୍ତ ମହଲରେ ଦାବି କରାଯାଉଛି ।

Please follow and like us:
error
loading...