କୋହଲିଙ୍କ ଉପରେ ଜୋରିମାନା ଲାଗୁ

SPORTS

ମୋହାଲି: ମନ୍ଥର ଓଭର ବୋଲିଂ ପାଇଁ ରୟାଲ୍ସ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର (ଆରସିବି) ଅଧିନାୟକ ବିରାଟ କୋହଲିଙ୍କୁ ୧୨ ଲକ୍ଷ ଟଙ୍କାର ଜୋରିମାନା ହୋଇଛି। ଶନିବାର କିଙ୍ଗ୍ସ ଇଲେଭେନ୍ ପଞ୍ଜାବ ବିପକ୍ଷ ମ୍ୟାଚରେ ଆରସିବି ବୋଲରମାନେ ମନ୍ଥର ବୋଲିଂ କରିଥିଲେ। ଯାହା ପାଇଁ ଅଧିନାୟକଙ୍କୁ ଏହି ଦଣ୍ଡ ମିଳିଛି।

ତେବେ ଏହା ଦଳର ପ୍ରଥମ ତ୍ରୁଟି ଥିବାରୁ ଆଇପିଏଲ୍ ଆଚରଣ ସଂହିତା ଦୃଷ୍ଟିରୁ କୋହଲିଙ୍କୁ ୧୨ ଲକ୍ଷ ଟଙ୍କାର ଜରିମାନା ଲାଗିଛି। ଶନିବାର ଆରସିବି ଚଳିତ ଆଇପିଏଲରେ ପ୍ରଥମ ବିଜୟ ପାଇଥିଲା। ସଂପ୍ରତି କୋହଲିଙ୍କ ଦଳ ୭ ମ୍ୟାଚରୁ ୬ ପରାଜୟ ସହ ପଏଣ୍ଟ୍ ତାଲିକାର ଶେଷ ସ୍ଥାନରେ ରହିଛି। ପୂର୍ବରୁ ମନ୍ଥର ବୋଲିଂ ପାଇଁ ରାଜସ୍ଥାନ ରୟାଲ୍ସ ଅଧିନାୟକ ଆଜିଙ୍କ୍ୟ ରାହାଣେଙ୍କୁ ସମାନ ପରିମାଣର ଦଣ୍ଡ ମିଳିଥିଲା।

Please follow and like us:
error