Odisha Infocus

ବିରାଟ କୋହଲି ଗଣିବେ ତଣ୍ଡ

INTERNATIONAL

ବିରାଟ କୋହଲିଙ୍କୁ ହୋଇଛି ଫାଇନ । ଗତକାଲି ସାଉଥହାମ୍ପଟନଠାରେ ଆଇସିସି ବିଶ୍ଵକପର ୨୮ତମ ମ୍ୟାଚରେ ଆଫଗାନିସ୍ତାନ ବିପକ୍ଷରେ ଭାରତ ଖେଳୁଥିଲା । ଦ୍ଵିତୀୟ ଇନିଂସରେ ଆଫଗାନିସ୍ତାନ ବ୍ୟାଟିଂ କରୁଥିଲା । ହେଲେ ଆଫଗାନିସ୍ତାନର ବ୍ୟାଟିଂ ସମୟରେ ବିରାଟ କୋହଲି ମାତ୍ରାଧିକ ଅପିଲ କରିଥିଲେ ଯାହାକି ଆଇସିସିର ନିୟମ ଉଲଂଘନ କରିଥିଲା । ତେଣୁ ବିରାଟ କୋହଲିଙ୍କ ଉପରେ ଆଇସିସି ୨୫% ମ୍ୟାଚ ଫି କାଟିବାକୁ ନିଷ୍ପତ୍ତି ଗ୍ରହଣ କରିଛନ୍ତି ।

loading...

ସୂଚନାଯୋଗ୍ୟ ଯେ ଆଫଗାନିସ୍ତାନ ୨୯ ଓଭରରେ ବିରାଟ କୋହଲି ଏଲବିଡବ୍ଲୁ ପାଇଁ ଅମ୍ପାୟାର ଅଲିମ ଦାରଙ୍କ ନିକଟରେ ମାତ୍ରାଧିକ ଅପିଲ କରିଥିଲେ । ତା ଛଡା ପଡିଆ ମଝିରେ ଅମ୍ପାୟାର ଅଲିମ ଦାରଙ୍କୁ ଆଗ୍ରେସିଭ ଭଙ୍ଗୀରେ ଅପିଲ କରିଥିବା କାରଣରୁ ଆଇସିସିର ନିୟମ ଉଲଂଘନ ହୋଇଥିଲା । ତେଣୁ ଆଇସିସି ୨୫% ମ୍ୟାଚ ତଣ୍ଡର ଦଣ୍ଡ ଦେଇଛନ୍ତି ।

Please follow and like us:
error
loading...