ଆତଙ୍କବାଦୀ ମାସୁଦ ଆଝାରଙ୍କୁ ଜୀ ସମ୍ବୋଧନ କରି ଅଡୁଆରେ ରାହୁଲ

NATIONAL

ନୂଆଦିଲ୍ଲୀ : ପୁଲୱାମା ଆତଙ୍କବାଦୀ ଆକ୍ରମଣ ପ୍ରସଙ୍ଗରେ ମୋଦି ସରକାର ଓ ଏନଏସଏ ଅଜିତ ଡୋଭାଲଙ୍କୁ ସମାଲୋଚନା କରିବା ବେଳେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ପାଟି ଖସିଯାଇଛି । ସେ ଅନ୍ତର୍ଜାତୀୟ ଆତଙ୍କବାଦୀ ମାସୁଦ ଆଝାରକୁ ‘ମାସୁଦ ଆଝାର ଜୀ’ ସମ୍ବୋଧନ କରି ଅଡୁଆରେ ପଡିଛନ୍ତି ।

ଦିଲ୍ଲୀରେ ବୁଥ ଅଧ୍ୟକ୍ଷଙ୍କ ସମ୍ମିଳନୀକୁ ସମ୍ବୋଧନ ବେଳେ ରାହୁଲ ମାସୁଦ ଆଝାର ଜୀ କହିଛନ୍ତି ରାହୁଲ୍ । ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲଙ୍କୁ ଆକ୍ଷେପ କରିବା ସମୟରେ ରାହୁଲ ଗାନ୍ଧୀ କହିଛନ୍ତି ପୁଲୱାମା ହମଲାରେ ସିଆରପିଏଫର ୪୪ ଜଣ ଯବାନ ସହିଦ ହୋଇଛନ୍ତି । ସିଆରପିଏଫ ବସ୍ ଉପରେ କିଏ ବୋମା ମାଡ କଲା, ଆତଙ୍କୀ ସଂଗଠନ ଜୈସ୍‌-ଇ-ମହମ୍ମଦଟ୍ଟ ମାସୁଦ ଆଝାର? ଏହି ସମୟରେ ରାହୁଲ ମାସୁଦ ଆଝାରକୁ ଜୀ ବୋଲି ସମ୍ବୋଧନ କରିଥିଲେ ।

ସେହି ଭିଡିଓକୁ ଟ୍ୱିଟରରେ ପୋଷ୍ଟ କରି ବିଜେପି ନେତା କଂଗ୍ରେସ ଓ ରାହୁଲଙ୍କୁ ଟାର୍ଗେଟ କରୁଛନ୍ତି । ବିଜେପି କହିଛି ଏଥିରୁ ଜଣାପଡିଛି ଦେଶର ୪୪ ଯବାନଙ୍କ ଜୀବନ ନେଇଥିବା ଆତଙ୍କବାଦୀ ମାସୁଦ ଆଝାର ପ୍ରତି ରାହୁଲଙ୍କର କେତେ ସମ୍ମାନ ରହିଛି । ଏହାକୁ ନେଇ କେନ୍ଦ୍ର ମନ୍ତ୍ରୀ ରବିଶଙ୍କର ପ୍ରସାଦ ଟୁଇଟ୍ କରିଥିଲେ।

Please follow and like us: