Odisha Infocus

ରାହୁଲ ଯିବେ ଜମ୍ମୁ-କାଶ୍ମୀର

NATIONAL

ଧାରା ୩୭୦ ଉଚ୍ଛେଦ ତଥା ଜମ୍ମୁ-କାଶ୍ମୀରକୁ ୨ଟି ଅଲଗା କରି କେନ୍ଦ୍ର ଶାସିତ ରାଜ୍ୟ କରିବା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି କାଶ୍ମୀର ଗସ୍ତରେ ଯିବାକୁ ମନସ୍ଥ କରିଛନ୍ତି । ତାଙ୍କ ସହିତ ନିଜ ଦଳର କେତେକ ପୁରୁଖା ନେତାଙ୍କ ସହିତ ବିଭିନ୍ନ ବିରୋଧୀ ଦଳର ନେତା ମଧ୍ୟ ଜମ୍ମୁ-କାଶ୍ମୀର ଗସ୍ତ କରିବେ । ଉଲ୍ଲେଖଯୋଗ୍ୟ ଯେ ଜମ୍ମୁ-କାଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ଚ୍ୟାଲେଞ୍ଜକୁ ଗ୍ରହଣ କରି ରାହୁଲ ଏହି ଗସ୍ତ କାର୍ଯ୍ୟକ୍ରମ ସ୍ଥିର କରିଛନ୍ତି ।

loading...

ସୂଚନା ମିଳିଛି ଯେ ସିପିଏମରୁ ସୀତାରାମ ୟେଚୁରୀ, ସିପିଆଇରୁ ଡି॰ରାଜା, ଡ଼ିଏମକେରୁ ତିରୁଚି ଶିବା, ଆରଜେଡ଼ିରୁ ମନୋଜ ଝା ଓ କଂଗ୍ରେସ ଦଳରୁ ଗୁଲାମନବୀ ଆଜାଦ, ଆନନ୍ଦ ଶର୍ମା ପ୍ରମୁଖ ଯିବେ । ଏନେଇ ଗତ ସନ୍ଧ୍ୟାରେ ବରିଷ୍ଠ କଂଗ୍ରେସ ନେତାମାନେ ଆଲୋଚନା କରିଥିଲେ । କିନ୍ତୁ ବର୍ତ୍ତମାନ ପ୍ରଶ୍ନ ଉଠୁଛି ଯେ ଅଶାନ୍ତି ବୃଦ୍ଧି ଆଶଙ୍କାରେ ସରକାର କୌଣସି ରାଜନେତାଙ୍କୁ ଛାଡୁନଥିବାବେଳେ ଆଜିର ବିରୋଧୀ ନେତାମାନଙ୍କ ଏହି ଗସ୍ତ କାର୍ଯ୍ୟକ୍ରମ କାର୍ଯ୍ୟକାରୀ ହେବ କି ନାହିଁ ।

Please follow and like us:
error
loading...