odisha infocus

ଆଇପିଏଲ : ବର୍ଷା ଧୋଇନେଲା ଖେଳର ମଜା

SPORTS

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଗତକାଲି ଅନୁଷ୍ଠିତ ହୋଇଥିବା ଆଇପିଏଲ ମ୍ୟାଚର ଖେଳ ବର୍ଷା କାରଣରୁ ବାତିଲ କରାଯାଇଥିଲା । ତେବେ ଦୁଇ ଦଳ ମଧ୍ୟରେ ପଏଣ୍ଟ ଭାଗ ହୋଇଛି । ପ୍ରଥମେ ଦୀର୍ଘ ସମୟ ଧରି ବର୍ଷା ଲାଗିରହିବାରୁ ନିଷ୍ପତ୍ତି ନିଆଯାଇଥିଲା ଯେ ଏହାକୁ ୫ ଓଭର ବିଶିଷ୍ଟ କରାଯିବ । ସେହି ଅନୁସାରେ ପ୍ରଥମେ ବ୍ୟାଟିଂ କରି ଆରସିବି ୫ ଓଭରରେ
୭ ୱିକେଟ ହରାଇ ୬୨ ରନ କରିଥିଲା ।

ଏହାର ଜବାବ ଦେବାକୁ ଯାଇ ରାଜସ୍ଥାନ ରୟାଲ୍ସ ୧ ୱିକେଟ ହରାଇ ୩.୨ ଓଭରରେ ୪୧ ରନ କରିଥିଲା । ହେଲେ ପୁଣି ବର୍ଷା ହେବାରୁ ମ୍ୟାଚ ବାତିଲ କରାଯାଇଥିଲା ଓ ପଏଣ୍ଟ ଭାଗ କରାଯାଇଥିଲା । ପଏଣ୍ଟ ଭାଗ କାରଣରୁ ଆରସିବିର ପ୍ଲେ ଅଫ ଆଶା ମଉଳି ଯାଇଛି ।

Please follow and like us: