ରାମ ଜନ୍ମଭୂମି- ବାବ୍ରୀ ମସଜିଦ୍‍ ବିବାଦ ମାମଲା ; ତିନି ଜଣିଆ ମଧ୍ୟସ୍ଥି ଗଠନ କଲେ ସୁପ୍ରିମକୋର୍ଟ

NATIONAL

ନୂଆଦିଲ୍ଲୀ : ଅଯୋଧ୍ୟା ସ୍ଥିତ ରାମ ଜନ୍ମଭୂମି – ବାବ୍ରୀ ମସଜିଦ୍ ବିବାଦର ସମାଧାନ ପାଇଁ ସର୍ବୋଚ୍ଚ ନ୍ୟାୟାଳୟ ଏକ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ ରାମଜନ୍ମଭୂମି-ବାବ୍ରୀ ମସଜିଦ୍ ବିବାଦରେ ମଧ୍ୟସ୍ଥତା କରିବା ପ୍ରସଙ୍ଗରେ ନିଜର ଶୁଣାଣି କରିଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ ଏହି ପ୍ରସଙ୍ଗର ସମାଧାନ ଲାଗି ଏକ ତିନି ଜଣିଆ ମଧ୍ୟସ୍ଥିଙ୍କୁ ନେଇ ଏକ ପ୍ୟାନେଲ ଗଠନ କରିଛନ୍ତି। ଏହାର ଅଧ୍ୟକ୍ଷତା କରିବେ ଜଷ୍ଟିସ୍ ଖଲି ଫୁଲ୍ଲାହ। ଏହି ମଧ୍ୟସ୍ଥି ମଣ୍ଡଳୀରେ ଶ୍ରୀ ଶ୍ରୀ ରବି ଶଙ୍କର ଓ ଶ୍ରୀରାମ ପାଞ୍ଚୁଙ୍କୁ ମଧ୍ୟ ସାମିଲ କରାଯାଇଛି।

ସର୍ବୋଚ୍ଚ ନ୍ୟାୟାଳୟ ପୂର୍ବ ଶୁଣାଣିରେ କହିଥିଲେ ଯେ ୭୦ ବର୍ଷରୁ ଅଧିକ ସମୟ ଧରି ଏହି ମଧ୍ୟସ୍ଥି ମଣ୍ଡଳୀ ୮ ସପ୍ତାହ ମଧ୍ୟରେ ଚୁଡାନ୍ତ ରିପୋର୍ଟ ପ୍ରଦାନ କରିବେ। ନ୍ୟାୟାଳୟ କହିଛନ୍ତି ଯେ ଏହା କେବଳ ଜମିଜମା ମାମଲା ନୁହେଁ ବରଂ ଲୋକମାନଙ୍କ ଧାର୍ମିକ ଭାବନା ସହିତ ଜଡିତ। ସୂଚନା ଯୋଗ୍ୟ କି, ବିବାଦୀୟ ୨.୭୭ ଏକର ପରିମିତ ଜାଗାକୁ ନିର୍ମୋହି ଆଖଡ଼ା, ସୁନ୍ନି ସେଣ୍ଟ୍ରାଲ୍ ଵାକଫ୍ ବୋର୍ଡ ଏବଂ ରାମଲାଲା ବିରାଜମାନ ମଧ୍ୟରେ ତିନି ଭାଗରେ ବାଣ୍ଟିଦେବା ପାଇଁ ୨୦୧୦ ମସିହାରେ ଆଲ୍ଲାହାବାଦ ହାଇକୋର୍ଟ ଦେଇଥିବା ରାୟକୁ ବିରୋଧ କରି ୧୪ଟି ଆବେଦନ ଦାଖଲ ହୋଇଥିଲା। ତେବେ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ନେତୃତ୍ବାଧୀନ ପାଞ୍ଚଜଣିଆ ଖଣ୍ଡପୀଠ ବୁଧବାର ବିଭିନ୍ନ ପକ୍ଷର ଶୁଣାଣି କରିଥିବା ବେଳେ ରାୟକୁ ସଂରକ୍ଷିତ ରଖିଥିଲେ।

Please follow and like us: