ପର୍ଣ୍ଣଷ୍ଟାର ହେଲେ ବାହୁବଲୀର ଏହି ହିରୋଇନ

ENTERTAINMENT

ମୁମ୍ୱାଇ : ବାହୁବଲୀ ପିଲ୍ମରେ ଶିବ୍‌ଗାମୀ ଦେବୀ ଚରିତ୍ରରେ ଅଭିନୟ କରିଥିବା ଅଭିନେତ୍ରୀ ରାମ୍ୟା କୃଷ୍ଣନନ୍‌ ନିଜର ଆଗାମୀ ଫିଲ୍ମ ସୁପର ଡିଲକ୍ସରେ ବ୍ୟସ୍ତ ଅଛନ୍ତି । ନିକଟରେ ଏହି ଫିଲ୍ମର ଟ୍ରେଲର ରିଲିଜ ହୋଇଛି । ଏହି ଫିଲ୍ମରେ ରାମ୍ୟା ଜଣେ ପର୍ଣ୍ଣଷ୍ଟାର ଭୂମିକାରେ ନଜର ଆସିବେ । ନିକଟରେ ରାମ୍ୟା ଏହି ଫିଲ୍ମ ଉପରେ ନିଜର ଅଭିଜ୍ଞତାକୁ ସେୟାର କରିବା ସହିତ ପିଲ୍ମରେ ତାଙ୍କୁ କେତେ ଅସୁବିଧା ହୋଇଥିଲା କହିଛନ୍ତି ।

ଫିଲ୍ମରେ ନିଜର ଅଭିନୟକୁ ନେଇ ତାଙ୍କୁ ବହୁତ କଷ୍ଟ ହୋଇଥିଲା କିନ୍ତୁ ଚରିତ୍ରଟି ବହୁତ ଚ୍ୟାଲେଞ୍ଜିଙ୍ଗ୍‌ ଥିଲା ବୋଲି ଏକ ଇଣ୍ଟରଭ୍ୟୁରେ କହିଛନ୍ତି ରାମ୍ୟା । ଏହି ଇଣ୍ଟରଭ୍ୟୁରେ ରାମ୍ୟା କହିଥିଲେ, କିଛି ଅଭିନୟ ପଇସା ପାଇଁ ହୋଇଥାଏ, ଆଉ କିଛି ପପୁଲାରିଟି ପାଇଁ । ଏହି ଦୁଇଟିକୁ ଛାଡିଦେଲେ ତୃତୀୟ ଅଭିନୟଟି ପ୍ୟାସନ ପାଇଁ କରାଯାଇଥାଏ । ସୁପର ଡିଲକ୍ସ ଫିଲ୍ମକୁ ମୁଁ ମୋ ପ୍ୟାସନ ପାଇଁ କରିଛି ।

ଏହି ଫିଲ୍ମ ଭିତରେ ଭିନ୍ନ ଭିନ୍ନ ଏନେକ କାହାଣୀ ରହିଛି । ଗୋଟିଏ ଖାସ୍ ସିନ୍ ପାଇଁ ତାଙ୍କୁ ଦୁଇ ଦିନରେ ୩୭ଟି ରିଟେକ୍ ଦେବାକୁ ପଡିଥିଲା । ନିର୍ଦ୍ଦେଶକଙ୍କ ପାଇଁ ଏମିତି ହୋଇଥିବା କହିଥିଲେ ରାମ୍ୟା । ଏହି ଚରିତ୍ର ପାଇଁ ପ୍ରଥମେ ଅଭିନେତ୍ରୀ ନାଡିଆଙ୍କୁ ଅଫର ହୋଇଥିଲା । ଫିଲ୍ମଟି ମାର୍ଚ୍ଚ ୨୯ ତାରିଖରେ ମୁକ୍ତିଲାଭ କରିବ ।

Please follow and like us: