ଆମେରିକା ରାଷ୍ଟ୍ରପତି ଟ୍ରମ୍ଫ ଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ

INTERNATIONAL

ଟ୍ରମ୍ଫଙ୍କ ବିରୋଧରେ ଏକ ଦୁଷ୍କର୍ମ ଅଭିଯୋଗ ଲୋକଲୋଚନକୁ ଆସିଛି । ଧର୍ଷିତା ହେଉଛନ୍ତି ନ୍ୟୁୟର୍କର ଜଣେ ଲେଖିକା ତଥା ସ୍ତମ୍ଭକାର । ତାଙ୍କ ନାମ ଇ॰ଜନ॰କାରୋଲ । ତେବେ ଧର୍ଷଣ ଘଟଣାଟି ଘଟିଥିଲା ଆଜିକୁ ୨୦ ବର୍ଷ ତଳେ ଯେତେବେଳେ କି ଟ୍ରମ୍ଫ ରିୟଲ ଇଷ୍ଟେଟ ବ୍ୟବସାୟରେ ଲିପ୍ତ ଥିଲେ । କାରୋଲ ଶୁକ୍ରବାର ଦିନ ୱାସିଙ୍ଗଟନ ପୋଷ୍ଟକୁ ଏକ ସାକ୍ଷାତକାର ଦେଇ ୧୯୯୫ ମସିହା ଶେଷ ତଥା ୧୯୯୬ ମସିହାର ଆରମ୍ଭ ସମୟରେ ଘଟିଥିଲା ବୋଲି ପ୍ରକାଶ କରିଛନ୍ତି । ଟ୍ରମ୍ଫ ତାଙ୍କୁ ମ୍ୟାନହଟନ ଡିପାର୍ଟମେଣ୍ଟ ଷ୍ଟୋରରେ ଏକ ଡ୍ରେସିଂ ରୁମ ଭିତରେ ଜବରଦସ୍ତି ଦୁଷ୍କର୍ମ କରିଥିଲେ ।

ସୂଚନାଯୋଗ୍ୟ ଯେ ଏବେ କାରୋଲଙ୍କ ବୟସ ୭୫ ବର୍ଷ । ସେ କହିଛନ୍ତି କି ଯେବେ ଦୁଷ୍କର୍ମ ତାଙ୍କ ଜୀବନରେ ଘଟିଥିଲା, ସେତେବେଳେ ସେ ନିଜର ଦୁଇଜଣ ଘନିଷ୍ଠ ବନ୍ଧୁଙ୍କୁ ଏ ବିଷୟ ଜଣାଇଥିଲେ । ତେବେ ସେ ଦୁଷ୍କର୍ମରେ ଏତେ ବର୍ଷ ପରେ ଏକଥା ପ୍ରକାଶ କରିବାର କାରଣ ହେଲା, ଏହା ମହିଳାମାନଙ୍କୁ ମୁହଁ ଖୋଲିବାର ସାହସ ଜୁଟାଇବ । ରାଷ୍ଟ୍ରପତି ଟ୍ରମ୍ପ ତାଙ୍କ ବିରୁଦ୍ଧରେ ଏହି ଅଭିଯୋଗକୁ ମିଥ୍ୟା ବୋଲି କହିବା ସହିତ କହିଛନ୍ତି ଯେ ସେ ଅଭିଯୋଗ କରିଥିବା ମହିଳାଙ୍କୁ ଚିହ୍ନନ୍ତି ନାହିଁ। ହୁଏତ ମହିଳା ଜଣଙ୍କ ନିଜ ପ୍ରକାଶିତ ବହିର ବହୁଳ ବିକ୍ରି ଉଦ୍ଦେଶ୍ୟରେ ଏଭଳି ମିଥ୍ୟା ପ୍ରଚାର କରୁଛନ୍ତି ।

Please follow and like us:
error