Odisha Infocus

ପୃଥକ ପୃଥକ ଜାଗାରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ

STATE

ନୟାଗଡର ଫତେଗଡ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ଘଟିଥିବା ଅଭିଯୋଗ ହୋଇଛି । ଲିଫ୍ଟ ଦେବା ବାହାନାରେ ବାଟରୁ ଦୁର୍ବୃତ୍ତ ଉଠାଇ ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ମିଳିଛି । ମୁମୁର୍ଷୁ ଅବସ୍ଥାରେ ଗାଁ ଲୋକେ ନାବାଳିକାଙ୍କୁ ଉଦ୍ଧାର କରିବା ସହିତ ଅଭିଯୁକ୍ତକୁ ଧରି ନିସ୍ତୁକ ପିଟିଛନ୍ତି ଓ ପରେ ପୋଲିସର ଜିମା ଦେଇଛନ୍ତି ।

ଭଦ୍ରକରେ ମଧ୍ୟ ଏହିଭଳି ଏକ ଲଜ୍ଜାଜନକ ଘଟଣା ଘଟିଛି । ହେଲେ ଏଠାରେ ସଙ୍ଗୀନ ଅଭିଯୋଗ ଯେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କଲାପରେ ଦୁର୍ବୃତ୍ତ ତାଙ୍କୁ ହତ୍ୟା କରିଥିବାର ଉଦ୍ୟମ କରିଥିଲା । ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି । ନାବାଳିକାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ତୁରନ୍ତ ତାଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି । ଦୁଷ୍କର୍ମ ପରେ ହତ୍ୟା ଉଦ୍ୟମ ନେଇ ଜଣେ ଅଭିଯୁକ୍ତକୁ ଅଟକ ରଖାଯାଇଛି ।

Please follow and like us:
error