Cash Counting

କ୍ଷୁଦ୍ର ସଞ୍ଚୟ ଉପରେ ପଡିଲା କରୋନା ମାଡ

NATIONAL

କରୋନାକୁ ପ୍ରତିହତ କରିବାକୁ କେନ୍ଦ୍ର ସରକାର ଲକ ଡାଉନ ବ୍ୟବସ୍ଥା ଲାଗୁ କରିଛନ୍ତି । ଏହି ସମୟରେ ଦେଖାଦେଇଛି ବିଭିନ୍ନ ସମସ୍ୟା । ତାହାର ସମାଧାନ ପାଇଁ ସରକାର ବିଭିନ୍ନ ସମୟରେ ବିଭିନ୍ନ ଘୋଷଣାମାନ କରିବାରେ ଲାଗିଛନ୍ତି । ସେହିଭଳି ଆଉ ଏକ ଘୋଷଣା କରାଯାଇଛି । ଏଥରକ କିନ୍ତୁ କରୋନା ସଂକ୍ରମଣ ନେଇ କେନ୍ଦ୍ର ଛାଟ ମାରିଛି କ୍ଷୁଦ୍ର ସଞ୍ଚୟ ଉପରେ । ବିଭିନ୍ନ କ୍ଷୁଦ୍ର ସଞ୍ଚୟ ଯୋଜନାରେ ସୁଧ ହାର ହ୍ରାସ କରିଛନ୍ତି ସରକାର । ଏପ୍ରିଲରୁ ଜୁନ ତ୍ରୈମାସିକ ଯୋଜନା ପାଇଁ ଏହି ସୁଧ ହାର ଲାଗୁକରାଯାଇଛି ।

ଏଣିକି ଏହାଦ୍ବାରା ପିପିଏଫ, ସୁକନ୍ୟା ଯୋଜନାରେ ସୁଧ କମ ମିଳିବ । ପିପିଏଫରେ ମିଳିବ ୭॰୧ପ୍ରତିଶତ ଓ ସୁକନ୍ୟା ଯୋଜନାରେ ମିଳିବ ୭.୬ ପ୍ରତିଶତ । ଏନଏସସିରେ ମଧ୍ୟ ସୁଧ ହାର ୭.୯ ପ୍ରତିଶତରୁ ୬.୮ ପ୍ରତିଶତକୁ ହ୍ରାସ କରାଯାଇଛି ।

Please follow and like us: