ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ର ବଡ ଘୋଷଣା ; ୩ ମାସ ପାଇଁ ହେବ ଇଏମଆଇ କୋହଳ

NATIONAL

ନୂଆଦିଲ୍ଲୀ :  ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ରେପୋ ହାର ହ୍ରାସ କରିବା ନେଇ ଘୋଷଣା କରିଛନ୍ତି। ଏହି ରିହାତି ପରେ ଆରବିଆଇର ରେପୋ ହାର ୪.୪୦ ପ୍ରତିଶତରୁ ୪ ପ୍ରତିଶତକୁ ଖସି ଆସିଛି। ଏହା ସହିତ ଋଣ କିସ୍ତି ଉପରେ ମଧ୍ୟ ୩ ମାସର ଅତିରିକ୍ତ ରିହାତି ଦିଆଯାଇଛି। ଅର୍ଥାତ୍ ଯଦି ଆପଣ ଆଗାମୀ ୩ ମାସ ପାଇଁ ଆପଣଙ୍କର ଋଣର ଇଏମଆଇ ନ ଦିଅନ୍ତି, ତେବେ ବ୍ୟାଙ୍କ ଆପଣଙ୍କ ଉପରେ ଚାପ ପକାଇବ ନାହିଁ ।

ଆରବିଆଇ ଗଭର୍ଣ୍ଣର କହିଛନ୍ତି ଯେ ଗତ ତିନି ଦିନ ମଧ୍ୟରେ ଏମପିସି ଘରୋଇ ତଥା ବିଶ୍ୱର ଅର୍ଥନୀତି ଉପରେ ବର୍ତ୍ତମାନର ପରିସ୍ଥିତି ନେଇ ସମୀକ୍ଷା କରିଛି । ଏହା ପରେ ରେପୋ ହାରକୁ ୦.୪୦ ପ୍ରତିଶତ ହ୍ରାସ କରିବାକୁ ନିଷ୍ପତ୍ତି ନିଆଯାଇଛି। ଲକଡାଉନରେ ଏହା ଦ୍ୱିତୀୟ ଥର ଯେତେବେଳେ ଆରବିଆଇ ରେପୋ ହାରରେ ହ୍ରାସ କରିଛି । ଏହାପୂର୍ବରୁ ମାର୍ଚ୍ଚ ୨୭ ରେ ଆରବିଆଇ ଗଭର୍ଣ୍ଣର ୦.୭୫ ପ୍ରତିଶତ ହ୍ରାସ ଘୋଷଣା କରିଥିଲେ। ଏହାପରେ ବ୍ୟାଙ୍କଗୁଡ଼ିକ ଋଣ ଉପରେ ସୁଧ ହାର ହ୍ରାସ କରିଥିଲେ । ଏହା ସ୍ପଷ୍ଟ ଯେ, ଏହି କାରଣରୁ, ଆପଣଙ୍କର ଇଏମଆଇ ମଧ୍ୟ ପୂର୍ବ ତୁଳନାରେ ହ୍ରାସ ପାଇଛି ।

ଲକଡାଉନ ଲାଗୁହେବାର ପ୍ରାରମ୍ଭିକ ଦିନ ମାନଙ୍କରେ ସାମ୍ବାଦିକ ସମ୍ମିଳନୀରେ ଆରବିଆଇ ବ୍ୟାଙ୍କଗୁଡ଼ିକୁ ୩ ମାସ ପାଇଁ ଋଣ ଏବଂ ଇଏମଆଇ ଉପରେ ରିହାତି ଦେବାକୁ କହିଥିଲା । ଏହା ପରେ ଅଧିକାଂଶ ବ୍ୟାଙ୍କ ଏହାକୁ ୩ ମାସ ପାଇଁ କାର୍ୟ୍ୟକାରୀ କରିଥିଲେ। ବର୍ତ୍ତମାନ, ଆରବିଆଇର ଆଉ ୩ ମାସ ରିହାତି ଦେବା ପାଇଁ ଘୋଷଣା ପରେ ଗ୍ରାହକଙ୍କୁ ମୋଟରେ ୬ ମାସ ରିହାତି ମିଳିବ। ଏହାର ଅର୍ଥ ହେଉଛି ଯଦି ଆପଣ ମୋଟ ୬ ମାସ ପାଇଁ ଋଣର ଇଏମଆଇ ଦେବାକୁ ଚାହୁଁନାହାଁନ୍ତି, ତେବେ ବ୍ୟାଙ୍କଗୁଡିକ ଆପଣଙ୍କ ଉପରେ କୌଣସି ଚାପ ପକାଇ ପାରିବେ ନାହିଁ

Please follow and like us: