ରାଜ୍ୟରେ ନୂଆ ରେକର୍ଡ କଲା ସଂକ୍ରମିତ ସଂଖ୍ୟା, ଗୋଟିଏ ଦିନରେ ସର୍ବାଧିକ ୪୨୭୦ କରୋନା ଆକ୍ରାନ୍ତ ଚିହ୍ନଟ

STATE

ରାଜ୍ୟରେ ଆଜି ୪୨୭୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ଯାହାକି ଅଦ୍ୟାବଧି ଦୈନିକ ସଂକ୍ରମିତ ସଂଖ୍ଯାରେ ସର୍ବାଧିକ । ଏହା ପୂର୍ବରୁ ସର୍ବାଧିକ ୪୧୯୮ ପଜିଟିଭ ଚିହ୍ନଟ ହୋଇଥିଲା । ଆଜିର ୪୨୭୦ ଆକ୍ରାନ୍ତଙ୍କ ମଧ୍ୟରୁ ୨୪୭୮ ଜଣ କ୍ଵାରେଣ୍ଟିନ ସେଣ୍ଟରରୁ ହୋଇଥିବାବେଳେ ବାକି ୧୭୯୨ ଜଣ ସ୍ଥାନୀୟ ସଂକ୍ରମଣରୁ ବୋଲି ଜଣାପଡିଛି । ଆଜି ରାଜ୍ୟରେ ମୋଟ କରୋନା ସଂକ୍ରମିତ ସଂଖ୍ୟା ୧ ଲକ୍ଷ ୬୨ ହଜାର ୯୨୦କୁ ବୃଦ୍ଧି ଘଟିଛି । କରୋନାରୁ ଏପର୍ଯ୍ୟନ୍ତ ସୁସ୍ଥ ହୋଇଛନ୍ତି ୧ ଲକ୍ଷ ୨୫ ହଜାର ୭୩୮ ଜଣ । କିନ୍ତୁ ୩୬ ହଜାର ୪୭୩ ଜଣ ସକ୍ରିୟ ଆକ୍ରାନ୍ତ ଏବେ ଚିକିତ୍ସିତ ହେଉଛନ୍ତି । ଏଯାବତ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୬୫୬ରେ ପହଞ୍ଚିଛି ।

ସମସ୍ତ ୩୦ଟି ଜିଲ୍ଲା ଓ ଷ୍ଟେଟ ପୁଲରୁ ୪୨୭୦ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୮୭୬ ଜଣ ଚିହ୍ନଟ ହୋଇଛନ୍ତି । ବାକି କଟକରୁ ୩୭୪, ପୁରୀରୁ ୨୮୭, ଷ୍ଟେଟ ପୁଲରୁ ୨୬୨, ଜଗତସିଂହପୁରରୁ ୧୮୮, ବରଗଡରୁ ୧୮୩, ଯାଜପୁରରୁ ୧୬୨, ବାଲେଶ୍ଵରରୁ ୧୫୦, ଅନୁଗୁଳରୁ ୧୪୭, ମୟୂରଭଞ୍ଜରୁ ୧୩୧, ଝାରସୁଗୁଡାରୁ ୧୨୧, ନୂଆପଡାରୁ ୧୧୯, ସମ୍ବଲପୁରରୁ ୧୧୪, କେନ୍ଦ୍ରାପଡାରୁ ୯୯, ବଲାଙ୍ଗିରରୁ ୯୭, ନବରଙ୍ଗପୁରରୁ ୮୬, କେନ୍ଦୁଝରରୁ ୮୭, କୋରାପୁଟରୁ ୮୩, ରାୟଗଡାରୁ ୮୦, ସୋନପୁରରୁ ୭୪, କନ୍ଧମାଳରୁ ୭୩, ଗଞ୍ଜାମରୁ ୬୮, ମାଲକାନଗିରିରୁ ୬୪, ଢେଙ୍କାନାଳରୁ ୬୩, ଗଜପତିରୁ ୫୮, ଭଦ୍ରକରୁ ୫୫, ନୟାଗଡରୁ ୪୭, କଳାହାଣ୍ଡିରୁ ୪୪, ସୁନ୍ଦରଗଡରୁ ୩୮, ବୌଦ୍ଧରୁ ୨୨ ଓ ଦେବଗଡରୁ ୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ଆଜି ୨୪ ଘଣ୍ଟାରେ ୫୧ ହଜାର ୩୨୦ କରୋନ ଟେଷ୍ଟ କରାଯାଇଛି । ଆରଟିପିସିଆର ୯,୦୦୬, ଆଣ୍ଟିଜେନ ଟେଷ୍ଟ ୪୨,୨୦୨ ଓ ଟୃନଟ ଟେଷ୍ଟ ୧୧୨ଟି କରାଯାଇଛି ।

Please follow and like us: