odisha infocus

ଅପରାଜିତା ଷଡଙ୍ଗୀଙ୍କ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ

STATE

ଭୁବନେଶ୍ଵରରେ ଆଇଆଇଏଫଟି ପ୍ରତିଷ୍ଠା ପାଇଁ ଲାଗିପଡିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ । ଏନେଇ ଗତ ୩ ତାରିଖରେ ସେ ପୀୟୂଷ ଗୋଏଲଙ୍କୁ ମଧ୍ୟ ଭେଟି କଥା ହେବା ସହିତ ଚିଠି ଲେଖିଛନ୍ତି ବୋଲି ଟ୍ଵିଟ ଯୋଗେ ପ୍ରକାଶ କରିଛନ୍ତି । ଏଥିସକାଶେ ରାଜ୍ୟ ସରକାର ମାଗଣାରେ ୫ ଏକର ଜମି ଓ ଭିତ୍ତିଭୂମି ନିମନ୍ତେ ୫କୋଟି ଟଙ୍କାର ବ୍ୟବସ୍ଥା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି ।

loading...

ଆଇଆଇଏଫଟି ଭଳି ସମ୍ମାନଜନକ ସଂସ୍ଥା ପାଇଁ ମାଗଣାରେ ଜମି ସହ ଅନ୍ୟାନ୍ୟ ସୁବିଧା ଯୋଗାଇ ଦେବାକୁ ଅନେକ ରାଜ୍ୟ ସରକାର ଘୋଷଣା କରିଥିବାରୁ ଓଡିଶା ସରକାର ମଧ୍ୟ ଏ ଦିଗରେ ପଦକ୍ଷେପ ନେବାକୁ ଅପରାଜିତା ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ସେ କହିଛନ୍ତି ଯେ ଏହି ଅନୁଷ୍ଠାନ ଖୋଲିବା ଦ୍ଵାରା ରାଜ୍ୟରେ ଶିକ୍ଷାର ବିକାଶ ହେବା ସହିତ ରୋଜଗାର ସୁବିଧା ବଢିବ ।

Please follow and like us:
error
loading...