ବୋଇଂ ୭୩୭ ମାକ୍ସ ଉଡାଣ ଉପରେ ପ୍ରତିବନ୍ଧକ ଲଗାଇଲା ଭାରତ

NATIONAL

ନୂଆଦିଲ୍ଲୀ : ଇଥିଓପିଆ ଏୟାରଲାଇନ୍ସର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ପରେ ଭାରତ ମଙ୍ଗଳବାର ବୋଇଂ ୭୩୭ ମ୍ୟାକ୍ସ୮ ବିମାନ ଉଡାଣକୁ ପ୍ରତିବନ୍ଧିତ କରିଦେଇଛି । ବିଶ୍ୱର ଅନ୍ୟ କିଛି ଦେଶ ମଧ୍ୟ ଏଭଳି ପଦକ୍ଷେପ ନେଇଛନ୍ତି । ସୂଚନାଯୋଗ୍ୟ ଯେ, ରବିବାର ହୋଇଥିବା ଏହି ବିମାନ ଦୁର୍ଘଟଣାରେ ୧୫୭ ଜଣ ଲୋକଙ୍କର ମୃତ୍ୟୁ ଘଟିଥିଲା । ସ୍ପାଇସ ଜେଟ ପାଖରେ ପାଖାପାଖି ଏଭଳି ୧୨ଟି ବିମାନ ଅଛି । ଡିଜିସିଏ ବୋଇଙ୍ଗ ୭୩୭-ମ୍ୟାକ୍ସ ବିମାଡ଼ ଉଡାଣକୁ ପ୍ରତିବନ୍ଧକ ଲଗାଇ ଦେଇଛି । ଯେତେଦିନ ଯାଏଁ ସୁରକ୍ଷିତ ପରିଚାଳନା ଲାଗି ଉପଯୁକ୍ତ ସଂଶୋଧନ ଏବଂ ସୁରକ୍ଷା ଉପାୟ ହୋଇ ନଥିବ, ଏହି ବିମାନ ଉଡାଣ କରିପାରିବ ନାହିଁ ବୋଲି ଡିଜିସିଏ ପକ୍ଷରୁ କୁହାଯାଇଛି ।

ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ଯାତ୍ରୀଙ୍କ ସୁରକ୍ଷାକୁ ଆମେ ଶ୍ରେଷ୍ଠ ପ୍ରାଥମିକତା ଦେଉଛୁ । ଆମେ ଯାତ୍ରୀ ସୁରକ୍ଷା ସୁନିଶ୍ଚିତ କରିବା ଲାଗି ବିଶ୍ୱର ନିୟାମକ, ଏୟାରଲାଇନ୍ସ ଏବଂ ବିମାନ ଉତ୍ପାଦନ କମ୍ପାନୀକୁ ସବୁବେଳେ ପରାମର୍ଶ ଦେଉଛୁ । ସୂଚନାଯୋଗ୍ୟ ଇଥିଓପିଆ ଏୟାରଲାଇନ୍ସର ବୋଇଙ୍ଗ ୭୩୭ ମ୍ୟାକ୍ସ ୮ ବିମାନ ରବିବାର ଦୁର୍ଘଟଣାଗ୍ରସ୍ତ ହେବା ପରେ ୪ ଜଣ ଭାରତୀୟ ସମେତ ୧୫୭ ଜଣ ଲୋକଙ୍କର ମୃତ୍ୟୁ ଘଟିଥିଲା । ସେହିଭଳି ତା’ ପୂର୍ବରୁ ୭୩୭ ବୋଇଙ୍ଗର ଅନ୍ୟ ଏକ ବିମାନ ଦୁର୍ଘଟଣାର ଶିକାର ହୋଇଥିଲା ।

ଗତ ବର୍ଷ ଅକ୍ଟୋବରରେ ଏୟାରଲାଇନ୍ସର ଏକ ବିମାନ ଇଣ୍ଡୋନେସିଆର ଦୁର୍ଘଟଣାଗ୍ରସ୍ତ ହୋଇଥିଲା, ଯେଉଁଥିରେ ୧୮୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିଲା । ବେସାମରିକ ଜାହାଜ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁ କହିଛନ୍ତି ସଚିବଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ, ଯାତ୍ରୀଙ୍କୁ ଅସୁବିଧାରୁ ବଂଚାଇବା ଲାଗି ସମସ୍ତ ବିମାନ କମ୍ପାନୀ ସହିତ ଏକକାଳୀନ ଜରୁରୀ ବୈଠକ କରନ୍ତୁ । କାରଣ ଯାତ୍ରୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯାଉ । ଅନ୍ୟପକ୍ଷରେ ସ୍ପାଇସ ଜେଟ କହିଛି ଆମେ ବୋଇଙ୍ଗ ଏବଂ ଡିଜିସିଏର ସଂପର୍କରେ ଅଛୁ । ଯାତ୍ରୀମାନଙ୍କୁ ଉପଯୁକ୍ତ ସୁରକ୍ଷା ମାଧ୍ୟମରେ ଯାତ୍ରା କରାଇବୁ ।

Please follow and like us: